ଓଡିଶା

odisha

ETV Bharat / bharat

CBI ସ୍କାନରରେ ସିସୋଦିଆ: BJP ନେତା କହିଲେ 2ଟି ୱିକେଟ ଖସିଛି, ତୃତୀୟ ଚୋର ଶୀଘ୍ର ଧରାପଡିବ - ଦୁଇଟି ୱିକେଟ୍ ଖସିସାରିଛି

ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ପରେ ଆପ୍‌କୁ ଘେରିଲା ବିଜେପି । ଦୁଇଟି ୱିକେଟ୍ ଖସି ସାରିଛି । ଦିଲ୍ଲୀକୁ ଲୁଟୁଥିବା ଲୋକଙ୍କୁ ଜେଲ୍ ଯିବାକୁ ପଡିବ କହିଲେ ବିଜେପି ନେତା । ଅଧିକ ପଢନ୍ତୁ

ସିସୋଦିଆଙ୍କ ଘରେ ରେଡ୍: ଦୁଇଟି ୱିକେଟ୍ ଖସିଛି, ତୃତୀୟ ଚୋର ଜଲ୍‌ଦି ଧରାପଡିବ କହିଲେ ବିଜେପି ନେତା
ସିସୋଦିଆଙ୍କ ଘରେ ରେଡ୍: ଦୁଇଟି ୱିକେଟ୍ ଖସିଛି, ତୃତୀୟ ଚୋର ଜଲ୍‌ଦି ଧରାପଡିବ କହିଲେ ବିଜେପି ନେତା

By

Published : Aug 19, 2022, 12:09 PM IST

ନୂଆଦିଲ୍ଲୀ:ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଛି ବିଜେପି । ବିଜେପି ନେତା କପିଲ ମିଶ୍ରା କହିଛନ୍ତି, ''ସତ୍ୟନ୍ଦ୍ର ଜୈନ ପୂର୍ବରୁ ଧରା ପଡିସାରିଛନ୍ତି । ଏବେ ସିସୋଦିଆଙ୍କ ଦୁର୍ନୀତି ଲୋକଲୋଚନକୁ ଆସୁଛି । ଅବକାରୀ ନୀତି ଆଳରେ କୋଟି କୋଟି ଟଙ୍କା ଲୁଟ୍ ଘଟଣାର ଏହା ଆରମ୍ଭ ମାତ୍ର । ସତେନ୍ଦ୍ର ଜୈନ, ସିସୋଦିଆ ଓ କେଜ୍ରିୱାଲ ଦୁର୍ନୀତି ପାଇଁ ଜେଲ୍ ଯିବେ ବୋଲି ମୁଁ ପୂର୍ବରୁ କହିଛି । ବର୍ତ୍ତମାନ ଦୁଇଟି ୱିକେଟ ଖସି ସାରିଛି, ଖୁବଶୀଘ୍ର ତୃତୀୟ ଚୋର ବି ଧରା ପଡିବ । କେଜ୍ରିୱାଲ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି । ଦିଲ୍ଲୀକୁ ଲୁଟୁଥିବା ଲୋକଙ୍କୁ ଜେଲ୍ ଯିବାକୁ ହେବ।''

ବିଜେପି ମୁଖପାତ୍ର ହରୀଶ ଖୁରାନା କେଜ୍ରିୱାଲଙ୍କ ଟ୍ବିଟ୍‌ର ଜବାବ ଦେଇ କହିଛନ୍ତି, ''ଯଦି ମନୀଷ ସିସୋଦିଆ ସଚ୍ଚୋଟ ତାହାହେଲେ କାହିଁକି ଡର ଲାଗୁଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଘରେ ରେଡ୍ କରାଯାଇଛି ।'' ସେହିପରି ବିଜେପି ସାଂସଦ ପ୍ରବେଶ ସାହିବ ସିଂହ ସିସୋଦିଆଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଚୋର ଚୋରି କରିଛି ବୋଲି କେବେ ମାନେନି । ଆପଣଙ୍କ ଯୋଡି କେବଳ ଦିଲ୍ଲୀ କରଦାତାଙ୍କ ଟଙ୍କା ଗିଳୁଛନ୍ତି । ହୱାଲା କାରବାର କରିବାକୁ ଟିକେ ଲଜ୍ଜା ଲାଗୁନାହିଁ ବୋଲି ସାଂସଦ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ CBI ରେଡ୍

ପ୍ରକାଶଥାଉ କି, ନୂଆ ଅବକାରୀ ନୀତିରେ ଅନିୟମିତତା ନେଇ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଯାହାକି ଅବକାରୀ ବିଭାଗ ଦାୟିତ୍ବ ସମ୍ଭାଳୁଥିବା ସିସୋଦିଆଙ୍କୁ ଅଡୁଆରେ ପକାଇଛି ।

ABOUT THE AUTHOR

...view details