ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଦେହାନ୍ତ ଓ ମା’ଙ୍କ ଅନ୍ତିମ ସଂସ୍କାର ପରେ ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ଆରୋପ, ପ୍ରତ୍ୟାରୋପ । ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରି ବିବାଦୀୟ ଟ୍ବିଟ କରିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ପ୍ରବକ୍ତା ଆଇପି ସିଂ (Samajwadi Party National Spokesperson IP Singh)। ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ମନ୍ତବ୍ୟକୁ ନିନ୍ଦା କରିବା ସହ ଏପରି ଟ୍ବିଟ କରି ସମାଜବାଦୀ ପାର୍ଟି ନେତା ହୀନ ମାନସିକତାର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଜେପି କହିଛି ।
ଏସପି ମୁଖପାତ୍ର ଆଇପି ସିଂ (Samajwadi Party National Spokesperson IP Singh) ଟ୍ବିଟରେ, ଅଖିଳେଶ ଯାଦବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୂଳନା କରି ସାମାଲୋଚନା କରିଛନ୍ତି । ନିକଟରେ ଅଖିଳେଶଙ୍କ ପିତା ତଥା ସପା ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଥିଲା । ହିନ୍ଦୁ ଧର୍ମର ସମସ୍ତ ନିୟମ ପାଳନ କରି ପିତାଙ୍କ ମୃତ୍ୟୁର 13ଦିନ ପର୍ଯ୍ୟନ୍ତ ଅଖିଳେଶ ସମସ୍ତ କାର୍ଯ୍ୟ ତ୍ୟାଗ କରି ଅନ୍ତ୍ୟେଷ୍ଟି ଓ ପରବର୍ତ୍ତୀ କାର୍ଯ୍ୟକ୍ରମରେ ନିଜକୁ ସୀମିତ ରହିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ହିନ୍ଦୁ ଧର୍ମର ସମସ୍ତ ନିୟମକୁ ଭାଙ୍ଗି ଅନ୍ତିମ ସଂସ୍କାର ପରେ ଶୁଭ କାର୍ଯ୍ୟରେ ସାମିଲ ହୋଇଥିଲେ । ତେବେ ହିନ୍ଦୁ କି’ଏ ବୋଲି ଟ୍ବିଟରେ ପ୍ରଶ୍ନ କରିଥିଲେ ଆଇପି ସିଂ ।