ଓଡିଶା

odisha

ETV Bharat / bharat

Fight in MCD: ଷ୍ଟାଣ୍ଡିଂ କମିଟି ଗଠନ ନେଇ ଦିଲ୍ଲୀ ମହାନଗର ନିଗମ ଭବନରେ BJP-AAP ମଧ୍ୟରେ ମାରପିଟ - ଦିଲ୍ଲୀ ମହାନଗର ନିଗମ

ଦିଲ୍ଲୀ ମହାନଗର ନିଗମ ଭବନରେ ଅଶୋଭନୀୟ ପରିସ୍ଥିତି । ପରସ୍ପରକୁ ପିଟିଲେ ବିଜେପି ଓ ଆପ୍‌ କାଉନସିଲର। ଅଧିକ ପଢନ୍ତୁ

Fight in MCD
Fight in MCD

By

Published : Feb 24, 2023, 11:11 PM IST

Fight in MCD: ଦିଲ୍ଲୀ ମହାନଗର ନିଗମ ଭବନରେ BJP-AAP ମଧ୍ୟରେ ମାରପିଟ

ନୂଆଦିଲ୍ଲୀ:ଦିଲ୍ଲୀ ମହାନଗର ନିଗମ ଭବନରେ ପୁଣି ବିଜେପି ଓ ଆପ୍‌ ମଧ୍ୟରେ ଜୋରଦାର ମାରପିଟ ଦେଖିବାକୁ ମିଳିଛି । କାଉନସିଲରମାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଭବନର ମର୍ଯ୍ୟାଦାକୁ ତଳେ ପକାଇବା ସହ ସାରା ଦେଶକୁ ବିଚଳିତ କରିଛି । ଦିଲ୍ଲୀର ନବ ନିର୍ବାଚିତ ମେୟର ଶେଲି ଓବରଏ MCD ଷ୍ଟାଣ୍ଡିଂ କମିଟିର ୬ଜଣ ସଦସ୍ୟଙ୍କ ମଧ୍ୟରୁ ଜଣକ ଭୋଟକୁ ଅବୈଧ ଘୋଷଣା କରିବା ପରେ ଆରମ୍ଭ ହୋଇଥିବା ଏହି ସଂଘର୍ଷ ।

ମହିଳା କାଉନସିଲର ପରସ୍ପରର କେଶ ଟଣାଭିଡା କରୁଥିବା ବେଳେ ପୁରୁଷ କାଉନସିଲରମାନେ ଜୋତାରେ ମାରପିଟ ହେଉଥିଲେ । ଏହି ଦୃଶ୍ୟ ସାରା ଦେଶବାସୀଙ୍କୁ ଲଜ୍ଜିତ କରିଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ବିଜେପି କାଉନସିଲରମାନେ ପୁନଃ ଗଣତି ଦାବି କରିଥିବା ବେଳେ କିଛି କାଉନସିଲର ମେୟରଙ୍କ ନିକଟକୁ ଆସିଥିଲେ । ସେଠାରେ ସୁରକ୍ଷାକର୍ମୀମାନେ ତାଙ୍କୁ ରୋକିବାକୁ ଉଦ୍ୟମ କରିଥିବା ବେଳେ ସେମାନେ ସୁରକ୍ଷାକର୍ମୀଙ୍କୁ ଧକ୍କା ମାରିଥିଲେ । ଏହାପରେ ମେୟରଙ୍କ ସିଟ ନିକଟରେ ପହଞ୍ଚିଥିଲେ । ମେୟର ସିଟରୁ ଉଠିବା ପରେ ସେମାନେ ସିଟ ଫିଙ୍ଗି ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାପରେ ବିଜେପି-ଆପ କାଉନସିଲର ମୁହାଁମୁହିଁ ହୋଇଥିଲେ । କିଛି ପରସ୍ପରକୁ ମାଡ ମାରିଥିବା ବେଳେ ଅନେକ କାଉନସିଲର ଭବନରୁ ବାହାରି ଆସିଥିଲେ । ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ମୋଟ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ମତଦାନ ଦେଇଥିଲେ । ଅତିରିକ୍ତ କଂଗ୍ରେସର ୮ ଜଣ କାନସିଲର ମତଦାନ କରିନଥିଲେ । ମତଦାନ ପରେ ଯେତେବେଳେ ଭୋଟ ଗଣତି ଆରମ୍ଭ ହୋଇଥିଲା ସେତେବେଳେ ମେୟର ଗୋଟିଏ ଭୋଟକୁ ଅବୈଧ ଘୋଷଣା କରିଥିଲେ । ଏହାକୁ ବିଜେପି ବିରୋଧ କରିଥିଲା । ବିଜେପି ପୁନଃ ଗଣତି ପାଇଁ ମଧ୍ୟ ଦାବି କରିଥିଲା । ଏହାପରେ ଉଭୟ ଦଳ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା ।

ଏହି ମାରପିଟ ବେଳେ କିଛି କର୍ପୋରେଟର ଚେତାଶୂନ୍ୟ ହରାଇ ତଳେ ପଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଫେବୃଆରୀ ୨୨ରେ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ଦିନ ଷ୍ଟାଣ୍ଡିଂ କମିଟିର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାର ଯୋଜନା ରହିଥିଲା । ୪୭ କାଉନସିଲର ମଧ୍ୟ ଭୋଟ୍ ଦେଇଥିଲେ । କିନ୍ତୁ ଭବନ ମଧ୍ୟକୁ କଲମ ଓ ମୋବାଇଲ ନେଇଯିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ନିର୍ବାଚନ ବନ୍ଦ ହୋଇଥିଲା ।

ABOUT THE AUTHOR

...view details