ଓଡିଶା

odisha

ETV Bharat / bharat

ବିଜେପିର ପରିବର୍ତ୍ତନ ରଥ ଉପରେ ଟିଏମସି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣା ପରେ ହିଂସା ଘଟଣାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । କିଛି ଲୋକ ଶୁକ୍ରବାର ରାତି 11 ଟା ସମୟରେ କାଦପାରା ଅଞ୍ଚଳରେ ପହଞ୍ଚି ବିଜେପି ପରିବର୍ତ୍ତନ ରଥ ଉପରେ ଆକ୍ରମଣ କରିଛନ୍ତି। ଅଧିକ ପଢନ୍ତୁ...

ବିଜେପିର ପରିବର୍ତ୍ତନ ରଥ ଉପରେ ଟିଏମସି କର୍ମୀଙ୍କ ଆକ୍ରମଣ
ବିଜେପିର ପରିବର୍ତ୍ତନ ରଥ ଉପରେ ଟିଏମସି କର୍ମୀଙ୍କ ଆକ୍ରମଣ

By

Published : Feb 27, 2021, 1:36 PM IST

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣା ପରେ ହିଂସା ଘଟଣାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । କିଛି ଦୁର୍ବୃତ୍ତ ଶୁକ୍ରବାର ରାତି 11 ଟା ସମୟରେ କାଦପାରା ଅଞ୍ଚଳରେ ପହଞ୍ଚି ବିଜେପି ପରିବର୍ତ୍ତନ ରଥ ଉପରେ ଆକ୍ରମଣ କରିଛନ୍ତି। ଏନେଇ ବିଜେପି ଅଭିଯୋଗ କରିଛି ଯେ ଟିଏମସିର କିଛି ଲୋକ ସେମାନଙ୍କ ଗାଡି ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି। ଏଥିସହ ଏଲଇଡି ଲାଇଟ୍ ଚୋରି ହୋଇଛି।

ସୂଚନାନୁସାରେ, ଏହି ଘଟଣା ପଶ୍ଚିମବଙ୍ଗର ଫୁଲବାଗାନର କାଦପାରା ଅଞ୍ଚଳରୁ ଆସିଛି। ଏଠାରେ କିଛି ଲୋକ ଭାରତୀୟ ଜନତା ପାର୍ଟିର ଗୋଦାମ ଭିତରେ ପଶି ଗାଡି ଭଙ୍ଗାରୁଜା କରି ଏଲଇଡି ଲାଇଟ୍ ଚୋରି କରିନେଇଛନ୍ତି। ଗୋଦାମରେ ପ୍ରବେଶ କରି ବିଜେପିର ପ୍ରଚାର ଭ୍ୟାନରେ ଚଢିଥିଲେ। ସିସିଟିଭିରେ ପୁରା ଘଟଣା ରେକର୍ଡ କରାଯାଇଛି । ଏଥିରେ ସେମାନେ କିଛି ସମୟ ଧରି ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ ଓ ପରେ ଭଙ୍ଗାରୁଜା କରିଥିଲେ । ଏଭଳି ପରିସ୍ଥିତିରେ କିପରି ନିରପେକ୍ଷ ନିର୍ବାଚନ ହେବ ସେନେଇ ବିଜେପି ନେତାମାନେ ପ୍ରଶ୍ନ ଉଠାଇଛନ୍ତି।

ପଶ୍ଚିମବଙ୍ଗରେ ବିଜେପି ଦାୟିତ୍ବରେ ଥିବା କୈଲାଶ ବିଜୟବର୍ଗୀୟ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ନିର୍ବାଚନ କମିଶନ ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଏବଂ ତୃଣମୂଳ କଂଗ୍ରେସର ଗୁଣ୍ଡା ରାତି 11 ଟା ସମୟରେ ବିଜେପିର କାଦପାରା ଗୋଦାମ ଭିତରକୁ ପଶି ଏଲଇଡି ଗାଡି ଗୁଡ଼ିକୁ ଭଙ୍ଗାରୁଜା କରିବା ସହ ଗାଡି ଗୁଡ଼ିକର ଲାଇଟ୍ ଚୋରି କରିନେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details