ଓଡିଶା

odisha

By ETV Bharat Odisha Team

Published : Nov 25, 2023, 6:29 PM IST

ETV Bharat / bharat

ରାହୁଲ ଭାଙ୍ଗୁଛନ୍ତି ନିର୍ବାଚନ ନିୟମାବଳି ! ବିଜେପି ଆଣିଲା ଅଭିଯୋଗ

ରାଜସ୍ଥାନରେ ଭୋଟିଂ ଡେରେ ରାହୁଲ ଗାନ୍ଧୀଙ୍କ ଟ୍ବିଟ୍‌କୁ ନେଇ ବିବାଦ । କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି । ଅଧିକ ପଢନ୍ତୁ

ରାହୁଲ ଭାଙ୍ଗୁଛନ୍ତି ନିର୍ବାଚନ ନିର୍ଦ୍ଦେଶାବଳି ! ଅଭିଯୋଗ କଲା ବିଜେପି
ରାହୁଲ ଭାଙ୍ଗୁଛନ୍ତି ନିର୍ବାଚନ ନିର୍ଦ୍ଦେଶାବଳି ! ଅଭିଯୋଗ କଲା ବିଜେପି

ନୂଆଦିଲ୍ଲୀ:ଆଜି ଭୋଟ ଦେଉଛି ରାଜସ୍ଥାନ। ଭୋଟିଂ ଡେ’ରେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ ନିର୍ବାଚନ ଗାଇଡଲାଇନ୍‌ ଭାଙ୍ଗୁଥିବା ବିଜେପି ଅଭିଯୋଗ କରିଛି। ରାଜସ୍ଥାନରେ ଭୋଟିଂ ଜାରି ରହିଥିବା ବେଳେ ଆଜି ରାହୁଲ କରିଥିବା ଟ୍ବିଟ୍‌ ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ନିର୍ଦ୍ଦେଶାବଳିକୁ ଉଲ୍ଲଙ୍ଘନ କରିଥିବା ବିଜେପି ଅଭିଯୋଗ କରିଛି ।

ଆଜିି ସକାଳେ ରାହୁଲ ଗାନ୍ଧୀ ରାଜସ୍ଥାନରେ କଂଗ୍ରେସ ସରକାର ଆସିଲେ, କ’ଣ ସବୁ କାର୍ଯ୍ୟକାରୀ ହେବ ସେନେଇ ଏକ ଟ୍ବିଟ୍‌ କରିଥିଲେ । ରାଜସ୍ଥାନ ମାଗଣା ସ୍ବାସ୍ଥ୍ୟସେବା, ମାଗଣା ଗ୍ୟାସ ସିଲିଣ୍ଡର, କୃଷି ଋଣ ଛାଡ, ଇଂରାଜୀ ଶିକ୍ଷା, ଓଲ୍ଡ ପେନସନ ସ୍କିମ (ଓପିଏସ) ଓ ଜାତିଭିତ୍ତିକ ଜଣଗଣନାକୁ ଭୋଟ ଦେବ ବୋଲି ରାହୁଲ ନିଜ ଟ୍ବିଟରେ ଲେଖିଥିଲେ । ମତଦାନ ଜାରି ରହିଥିବା ବେଳେ ଏପରି ଟ୍ବିଟକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ଦଳ ନିର୍ବାଚନ କମିଶନ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିସାରିଛନ୍ତି । ଯାହାର ଉତ୍ତର ଆଜି (25 ତାରିଖ) ସୁଦ୍ଧା ରଖିବା ପାଇଁ ନୋଟିସରେ ଉଲ୍ଲେଖ ରହିଥିଲା । ଏବେ ପୁଣି ଭୋଟିଂ ଡେ’ରେ ଟ୍ବିଟ୍‌ କରି ରାହୁଲ ବିଜେପିର ଟାର୍ଗେଟକୁ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କହି ଅଡୁଆରେ ରାହୁଲ, ନୋଟିସ ଜାରି କଲା ନିର୍ବାଚନ ଆୟୋଗ

ଏଠାରେ ଉଲ୍ଲେଖଯୋଗ୍ଯ ଯେ, ଆଜି ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନରେ ସମସ୍ତ ଆସନରେ ଭୋଟିଂ ହୋଇଛି । ଆସନ୍ତାମାସ (ଡିସେମ୍ବର) 3 ତାରିଖରେ ଅନ୍ୟ 4 ରାଜ୍ୟଙ୍କ ସହ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଏଠାରେ କଂଗ୍ରେସ ଶାସନରେ ଥିବା ବେଳେ ବିରୋଧୀ ବିଜେପି କଡା ଟକ୍କର ଦେଉଛି । କଂଗ୍ରେସ ଭଲ କାମ କରିଛି ଓ କ୍ଷମତା ବଜାୟ ରଖିବା ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ଦର୍ନୀତି ଓ ଅପରାଧ ପ୍ରସଙ୍ଗ ଉଠାଇ ବିଜେପି କ୍ରାମଗତ ଟାର୍ଗେଟ କରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ କଂଗ୍ରେସ ପାଇଁ ପ୍ରାକ-ନିର୍ବାଚନୀ ସଙ୍କଟ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି । ଯାହାର ଫାଇଦା ନିଶ୍ଚିତ ଭାବେ ବିଜେପିକୁ ଯିବା ନେଇ ରାଜନୈତିକ ସମୀକ୍ଷକ କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details