ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ମିଶନ ଅଧିନରେ ହେଉଥିବା ପାଇଖାନା ନିର୍ମାଣରେ ଅନିୟମିତତା ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କେବଳ ଘର ନିର୍ମାଣ କରି ପଇସା ନେଉଯାଉଛନ୍ତି ଲୋକେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପାଇଖାନା ନିର୍ମାଣ ଘୋଟାଲା ରୋକିବାକୁ କେନ୍ଦ୍ର ସରକାର ସ୍କ୍ବାର୍ଡ ଗଠନ କରନ୍ତୁ ବୋଲି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।
ବିଜେଡି ସାଂସଦଙ୍କ ଦାବି; ପାଇଖାନା ନିର୍ମାଣ ଘୋଟାଲା ରୋକିବାକୁ ସ୍କ୍ବାର୍ଡ ଗଠନ କରନ୍ତୁ ସରକାର - Rajyasabha news
ପାଇଖାନା ନିର୍ମାଣ ଘୋଟାଲା ରୋକିବାକୁ ସ୍କ୍ବାର୍ଡ ଗଠନ କରିବାକୁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ...
![ବିଜେଡି ସାଂସଦଙ୍କ ଦାବି; ପାଇଖାନା ନିର୍ମାଣ ଘୋଟାଲା ରୋକିବାକୁ ସ୍କ୍ବାର୍ଡ ଗଠନ କରନ୍ତୁ ସରକାର ବିଜେଡି ସାଂସଦଙ୍କ ଦାବି](https://etvbharatimages.akamaized.net/etvbharat/prod-images/768-512-10592863-thumbnail-3x2-pe.jpg)
ବିଜେଡି ସାଂସଦଙ୍କ ଦାବି
ବିଜେଡି ସାଂସଦଙ୍କ ଦାବି
ସ୍ବଚ୍ଛ ଭାରତ ମିଶନ ସରକାରଙ୍କର ଏକ ଭଲ ପଦକ୍ଷେପ । ତେବେ ଏହା ଅଧିନରେ ହେଉଥିବା ପାଇଖାନାର କାଗଜ କଲମ ଓ ବାସ୍ତବ ଚିତ୍ର ସମାନ ନା ଏଥିରେ ଅନିୟମିତତା ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଓଡିଶାର ନବରଙ୍ଗପୁରର ଝରିଗାଁରେ ଏପରି ଅଭିଯୋଗ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଡିଓଙ୍କୁ ନିଲମ୍ବିତ କରିଥିଲେ । ଏପରି ଅନ୍ୟ ରାଜ୍ୟରେ ମଧ୍ୟ ହେଉଥାଇ ପାରେ ବୋଲି ଦର୍ଶାଇବା ସହ ସରକାର ଏହାକୁ ରୋକିବାକୁ ସ୍କ୍ବାର୍ଡ ଗଠନ କରନ୍ତୁ ବୋଲି ସାଂସଦ କହିଛନ୍ତି ।
ଏହି ସ୍କ୍ବାର୍ଡ ପ୍ରତି ରାଜ୍ୟ ଯାଇ ପାଇଖାନା ନିର୍ମାଣରେ ହେଉଥିବା ଅନିୟମିତତାକୁ ଧରୁ ବୋଲି ସେ ଦାବି କରିଛନ୍ତି ।