ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ: IVF ଟେକନିକରେ ଜନ୍ମ ନେଲା ଟେଷ୍ଟ ଟ୍ୟୁବ୍‌ ମଇଁଷି ଛୁଆ - IVF

କୃତ୍ରିମ ଗର୍ଭଧାରଣ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦେଶରେ ଜନ୍ମ ନେଲା ପ୍ରଥମ ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ । ଗୁଜୁରାଟରେ ଜନ୍ମ ନେଇଛି ଟେଷ୍ଟ ଟ୍ୟୁବ୍‌ ମଇଁଷି ଛୁଆ । ଅଧିକ ପଢନ୍ତୁ...

IVF
ମଣିଷ ପରେ ପଶୁ ଦେଶର ପ୍ରଥମ ଥର ଜନ୍ମ ନେଲା IVF ମଇଁଷି ଛୁଆ

By

Published : Oct 23, 2021, 9:04 PM IST

ଗାନ୍ଧୀନଗର:ପୁଣି ଚର୍ଚ୍ଚାରେIVF (In vitro fertilization-ଇନ୍ ଭିଟ୍ରୋ ଫର୍ଟିଲାଇଜେସନ) କୃତ୍ରିମ ଗର୍ଭଧାରଣ ପ୍ରଯୁକ୍ତିବିଦ୍ୟା ।ଏହି ପଦ୍ଧତିରେ ଦେଶରେ ଜନ୍ମ ନେଲା ପ୍ରଥମ ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ । ଏହି ମଇଁଷି ବନ୍ନି ପ୍ରଜାତିର ବୋଲି ଜଣାପଡ଼ିଛି ।

ଗୁଜୁରାଟର କଚ୍ଛ ଅଞ୍ଚଳରେ ବନ୍ନି ପ୍ରଜାତିର ଏକ ମଇଁଷିର IVF ପଦ୍ଧତିରେ କୃତ୍ରିମ ଗର୍ଭଧାରଣ କରାଯାଇଥିଲା । ଯାହାର ସଫଳତାର ସହ ପ୍ରଜନନ ହୋଇଥିଲା । ସୋମନାଥ ଜିଲ୍ଲାର ଧାନେଜ ଗ୍ରାମର ଜଣେ ଦୁଗ୍ଧ ଚାଷୀ ବିନୟ ଏଲ୍ ବାଲା । ଆଧୁନିକ ଜ୍ଞାନ କୌଶଳ IVF ପଦ୍ଧିତିରେ କୃତ୍ରିମ ଉପାୟରେ ଏକ ମଇଁଷି ଛୁଆ ପ୍ରସବ କରାଇଛନ୍ତି । ଏହି କୌଶଳ ପ୍ରୟୋଗ କରିବାର ମଖ୍ୟ କାରଣ କହିଛନ୍ତି କି, ଦିନକୁ ଦିନ ଲୋପ ପାଉଥିବା ବନ୍ନି ପ୍ରଜାତିର ମଇଁଷିର ବଂଶ ବୃଦ୍ଧି ହେବ । ଏଥିଯୋଗୁଁ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । ବନ୍ନି ପ୍ରଜାତିର ମଇଁଷି ଶୁଷ୍କ ବାତାବରଣରେ ମଧ୍ୟ ଅଧିକ ପରିମାଣରେ ଦୁଗ୍ଧ ପ୍ରଦାନ କରିଥାଏ ।

ଏହି ପ୍ରଜାତିର ମଇଁଷି ପ୍ରଥମ ଥର ପାଇଁ IVF ମାଧ୍ୟମରେ ଛୁଆ ଜନ୍ମ କରାଯିବା ପ୍ରଥମ ଘଟଣା ବୋଲି କହିଛି କେନ୍ଦ୍ରୀୟ ମତ୍ସ୍ୟ ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟ । ଏନେଇ ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଦେଶରେ ବନ୍ନି ନାମକ ଏକ ପ୍ରଜାତିର ମଇଁଷି IVF ମାଧ୍ୟମରେ ପ୍ରଥମ ଛୁଆ ଜନ୍ମ ଦେଇଛି । ବର୍ତ୍ତମାନ IVF ପଦ୍ଧତିରେ ଗର୍ଭଧାରଣ କରିଥିବା 6 ଟି ମଇଁଷି ଜନ୍ମ ଦେବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ମଇଁଷି IVF ମାଧ୍ୟମରେ ଜନ୍ମ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details