ହାଇଦ୍ରାବାଦ: ‘ମାନବ-କମ୍ପ୍ୟୁଟର’ ଭାବରେ ପରିଚିତ ଭାରତର ମହିଳା ଗଣିତଜ୍ଞ ଶକୁନ୍ତଳା ଦେବୀ 4 ନଭେମ୍ବର 1929 ରେ ଜନ୍ମଗ୍ରହଣ କରିଥିଲେ ଏବଂ 21 ଏପ୍ରିଲ 2013 ରେ ମୃତ୍ୟୁ ବରଣ କରିଥିଲେ। ଶକୁନ୍ତଳା ଦେବୀ ତାଙ୍କର ସ୍ବାଧୀନ ବିଚାରଧାରା ପାଇଁ ଜଣାଶୁଣା । 1950ର ଏକ ସାକ୍ଷାତକାରରେ ଦେବୀ ଘୋଷଣା କରିଥିଲେ ଯେ, ‘ମୁଁ କୌଣସି ପୁରୁଷଙ୍କୁ କହିବାକୁ ସୁଯୋଗ ଦେବାକୁ ଚାହେଁ ନାହିଁ ଯେ ଯଦି ମୁଁ କିଛି ନାଁ କରେ ତେବେ ଏହା ତାଙ୍କ ସାହାଯ୍ୟ ହେତୁ ହୋଇଥଲା ’।
ଯେତେବେଳେ ସେ ବିବାହ କରିଥିଲେ ସେତେବେଳେ ସେ ତାଙ୍କ ସ୍ବାମୀଙ୍କ ନାଁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ଏହା ବଦଳରେ କହିଥିଲେ, ‘ମୁଁ ଚାହୁଁଛି ଯେ ମୋ ନାଁରେ ରାସନ କାର୍ଡ ପ୍ରସ୍ତୁତ କରାଯାଉ। ମୋତେ ଜଣେ ସମ୍ପୁର୍ଣ୍ଣ ବ୍ୟକ୍ତି ଭାବରେ ଗ୍ରହଣ କରାଯାଉ ’। ଶକୁନ୍ତଳା ଦେବୀ କୋଲକାତା ସ୍ଥିତ ଆଇଏଏସ୍ ଅଫିସର୍ ପରିତୋଶ ବାନାର୍ଜୀଙ୍କୁ 1960 ରେ ବିବାହ କରିଥିଲେ। ତାଙ୍କ ଝିଅଙ୍କ ନାଁ ଅନୁପମା ବାନାର୍ଜୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ସେମାନଙ୍କର ଯୌନ ସମ୍ପର୍କ ଆଧାରରେ ଲୋକଙ୍କୁ ଅସମ୍ମାନ କରନ୍ତି, ଭେଦଭାବ କରନ୍ତି ଏବଂ ପରିହାସ କରନ୍ତି ସେମାନେ ପ୍ରକୃତରେ ଅନୈତିକତା ନିଜ ଭିତରେ ଦେଖିବା ଉଚିତ୍ । ସମଲିଙ୍ଗୀ ଉପରେ ତାଙ୍କର ପ୍ରଥମ ଅଧ୍ୟୟନ ଥିଲା । 1982 ମସିହାରେ ଶକୁନ୍ତଳା ଦେବୀଙ୍କ ପ୍ରତିଭା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଲା। କୌଣସି କମ୍ପ୍ୟୁଟରର ବିନା ସାହାଯ୍ୟରେ 28 ସେକେଣ୍ଡରେ ଦୁଇଟି 13 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ସମାଧାନ କରିବାରେ ସଫଳ ହୋଇଥିଲା ।