ହାଇଦ୍ରାବାଦ: ଆଜି ଦ୍ବିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏନ. ବିରେନ ସିଂହ। ବିରେନ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ସଭାପତି ଜେପି ନଡ୍ଡା ଉପସ୍ଥିତ ରହିବେ। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି।
ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିରେନ ସିଂହ - ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିରେନ ସିଂହ
ଆଜି ଦ୍ବିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏନ. ବିରେନ ସିଂହ। ବିରେନ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଅଧିକ ପଢ଼ନ୍ତୁ
ମଣିପୁର ପାଇଁ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରେନଙ୍କ ନାମ ଘୋଷଣା କରିଛନ୍ତି। ଏହି ବୈଠକରେ ସହ-ପର୍ଯ୍ୟବେକ୍ଷକ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସମସ୍ତିଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ମଣିପୁରରେ ଏକ ସ୍ଥିର ଓ ଦାୟିତ୍ବପୂର୍ଣ୍ଣ ସରକାର ଗଠନ ହେବାରେ ସହାୟକ ହେବ। ମଣିପୁରରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଟି. ବିଶ୍ବଜିତ ସିଂହଙ୍କ ନାଁ ମଧ୍ୟ ସାମନାକୁ ଆସିଥିଲା। ଏପରିକି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡାକରା ପାଇ ସେ ଦୁଇଥର ଦିଲ୍ଲୀ ମଧ୍ୟ ଗସ୍ତ କରିଥିଲେ। ପରିଶେଷରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଜେପି।