ଓଡିଶା

odisha

ETV Bharat / bharat

ବୀରେନ ସିଂ ହେବେ ମଣିପୁର ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି

ବୁଧବାର ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ବୀରେନ ସିଂଙ୍କ ନାମରେ ମୋହର ଲଗାଇପାରେ ବିଜେପି । ଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକରେ ମଣିପୁରର ଅଧ୍ୟକ୍ଷା ସାରଦା ଦେବୀଙ୍କ ସହ କାମଚଳା ମୁଖ୍ୟମନ୍ତ୍ରୀ ବୀରେନ ସିଂ ମଧ୍ୟ ସାମିଲ । ଅଧିକ ପଢନ୍ତୁ

By

Published : Mar 15, 2022, 7:40 PM IST

ବୀରେନ ସିଂ ହେବେ ମଣିପୁର ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି
ବୀରେନ ସିଂ ହେବେ ମଣିପୁର ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି

ଇମ୍ଫାଲ: ମଣିପୁରରେ ବହୁମତ ହାସଲ କରିଥିବା ବିଜେପି ପୁଣିଥରେ ସରକାର କରିବାକୁ ଯାଉଛି । ତେବେ ଚଳିତଥର ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ବୀରେନ ସିଂ । ଏନେଇ ସୂତ୍ରରୁ ସୂଚନା ମିଳିଥିବାବେଳେ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରିବ ଦଳ । ବୁଧବାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ବୀରେନ ସିଂଙ୍କ ନାମ ଘୋଷଣା କରିବାର ସମ୍ଭାବନା ଥିବା ସୂତ୍ରରୁ ସୂଚନା ମିଳିଛି ।

ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି 60ଟି ଆସନ ମଧ୍ୟରୁ 32ଟି ଜିତି ସରକାର କରିବାକୁ ଯାଉଛି । ସୂଚନାନୁସାରେ, ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ବୈଠକରେ ମଣିପୁର ବିଜେପି ପ୍ରଦେଶ ଅଧ୍ୟକ୍ଷା ସାରଦା ଦେବୀ, ବର୍ତ୍ତମାନ କାମଚଳା ମୁଖ୍ୟମନ୍ତ୍ରୀ ଥିବା ବୀରେନ ସିଂ, ବିଧାୟକ ଥୋଙ୍ଗାମ ବିଶ୍ୱଜିତ ସିଂହ ଉପସ୍ଥିତ ରହି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିଥିଲେ।

ବୁଧବାର ସୁଦ୍ଧା ଏହି ତିନି ବରିଷ୍ଠ ନେତା ଇମ୍ଫାଲକୁ ଫେରିବେ । ତେବେ ବୀରେନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯିବା ନେଇ ସୂତ୍ରରୁ ସୂଚନା ମିଳିଥିବାବେଳେ ବୁଧବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details