ଗାନ୍ଧୀନଗର:ଅହମ୍ମଦାବାଦରୁ ଚଣ୍ଡିଗଡ ଅଭିମୁଖେ ଉଡାଣ ଭରିବାର ମାତ୍ର କିଛି ମିନିଟ ପରେ ବାର୍ଡ ହିଟର ଶିକାର ହୋଇଛି ଗୋ-ଫାଷ୍ଟ ଏୟାର ଲାଇନ୍ସର ଏକ ବିମାନ । ଫଳରେ ବିମାନକୁ ଅହମ୍ମଦାବାଦକୁ ଫେରାଇ ଅଣାଯାଇ ଜରୁରୀ ଅବତରଣ କରାଇବାକୁ ପଡିଛି । ସମସ୍ତ ଯାତ୍ରୀ ଓ ବିମାନ କମ୍ପାନୀ ସଦସ୍ୟ ସୁରକ୍ଷିତ ଅଛନ୍ତି । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।
DGCA ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅହମ୍ମଦାବାଦରୁ ଗଣ୍ଡିଗଡ ଅଭିମୁଖେ ଉଡାଣ ଭରିଥିବା ଗୋ-ଫାଷ୍ଟର G-8911 ବିମାନ ଟେକ-ଅଫର ମାତ୍ର କିଛି ସମୟ ପରେ ବାର୍ଡ ହିଟର ଶିକାର ହୋଇଥିଲା । ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)କୁ ସୂଚନା ମିଳିବା ପରେ ବିମାନକୁ ପନଶ୍ଚ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରି ଆସିବାକୁ ନିର୍ଦ୍ଦେଶ ମିଳିଥିଲା । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । ବିମାନ କ୍ର୍ୟୁ ସଦସ୍ୟଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ମଧ୍ୟ ରହିଛନ୍ତି । ବିମାନଟି ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।