ଓଡିଶା

odisha

ETV Bharat / bharat

ଜରୁରୀକାଳୀନ ଅବତରଣ କଲା ଯୋଗୀଙ୍କ ହେଲିକପ୍ଟର - ଜରୁରୀକାଳୀନ ଅବତରଣ କଲା ଯୋଗୀଙ୍କ ଚୋପର

ପକ୍ଷୀ ବାଡେଇ ହେବାରୁ ବାରଣାସୀରେ ଜରୁରୀକାଳୀନ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଅଧିକ ପଢନ୍ତୁ

ଜରୁରୀକାଳୀନ ଅବତରଣ କଲା ଯୋଗୀଙ୍କ ଚୋପର
ଜରୁରୀକାଳୀନ ଅବତରଣ କଲା ଯୋଗୀଙ୍କ ଚୋପର

By

Published : Jun 26, 2022, 11:11 AM IST

Updated : Jun 26, 2022, 11:34 AM IST

ଲକ୍ଷ୍ନୈ:ଜରୁରୀକାଳୀନ ଅବତରଣ କଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଏକ ପକ୍ଷୀ ବାଡେଇହେବାରୁ ହେଲିକପ୍ଟରଟି ଜରୁରୀ ଅବତରଣ କରିଛି । ଆଜି ବାରଣାସୀର ରିଜର୍ଭ ପୋଲିସ ଲାଇନ୍ ଗ୍ରାଉଣ୍ଡରୁ ଏହି ହେଲିକପ୍ଟର ଯୋଗେଁ ଲକ୍ଷ୍ନୌ ଅଭିମୁଖେ ବାହାରିଥିବାବେଳେ ଏହି ଅଘଟଣ ଘଟିଛି ।

ଜରୁରୀକାଳୀନ ଅବତରଣ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍କିଟ ହାଉସକୁ ଫେରିଛନ୍ତି । ବର୍ତ୍ତମାନ ସେ ଏକ ରାଷ୍ଟ୍ରାୟତ୍ତ ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ । ଗତକାଲି ଆଇନ ଶୃଙ୍ଖଳା ସମୀକ୍ଷା ପାଇଁ ଆଦିତ୍ୟନାଥ ବାରଣାସୀରେ ରାତ୍ରି ଯାପନ କରିଥିଲେ । ଆଜି ସକାଳେ ସେଠାରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ ।

Last Updated : Jun 26, 2022, 11:34 AM IST

ABOUT THE AUTHOR

...view details