ଓଡିଶା

odisha

ETV Bharat / bharat

Birbhum violence: ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ - ବୀରଭୂମ ହିଂସାରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ହିଂସା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କଲା କଂଗ୍ରେସ । ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିବେଦନ କଲେ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

Birbhum violence: ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ
Birbhum violence: ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ

By

Published : Mar 23, 2022, 10:29 PM IST

କୋଲକାତା:ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ହିଂସାରେ 9ଜଣଙ୍କୁ ହତ୍ୟା କରାଯିବା ଘଟଣାରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟରେ ଟିଏମସି ଶାସନରେ ଆଇନ ଶଙ୍ଖଳା ବିପର୍ଯ୍ୟସ୍ଥ ହୋଇଥିବା ଦର୍ଶାଇ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି କଂଗ୍ରେସ । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗରେ ସମ୍ବିଧାନର ଧାରା 355 ଲାଗୁ ଅର୍ଥାତ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିବେଦନ କରିଛନ୍ତି ।

ଭାରତୀୟ ସମ୍ବିଧାନର ଧାରା 355 ଅନୁସାରେ, ଦେଶର କୌଣସି ରାଜ୍ୟ କିମ୍ବା ସ୍ଥାନରେ ହିଂସା ଓ ଆଭ୍ୟନ୍ତରୀଣ ଅରାଜକତା ଦେଖିବାକୁ ମିଳିଲେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ପ୍ରାବଧାନ ଥାଏ । ତେବେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅନୁଭବ କଲେ ରାଷ୍ଟ୍ରପତି ଏହି ଶାସନ ଲାଗୁ କରିବା ସହ ରାଜ୍ୟ ସରକାରଙ୍କ କ୍ଷମତାଚ୍ୟୁତ କରିପାରିବେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ମମତାଙ୍କ ଟିଏମସି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ଲାଗି ରହିଥିବାବେଳେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ଗତକାଲି ଘଟିଥିବା ଗଣହତ୍ୟା ପରେ ପୁଣି ସାରା ଦେଶର ନଜରକୁ ଆସିଛି ପଶ୍ଚିମବଙ୍ଗର ଜଙ୍ଗଲରାଜ ପରିସ୍ଥିତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details