କୋଲକାତା:ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ବରିଷ୍ଠ ନେତା ମୁକୁଲ ରୟଙ୍କ ସପକ୍ଷରେ ରାୟ ଦେଲେ ପଶ୍ଚିମବଙ୍ଗ ବାଚସ୍ପତି । ମୁକୁଲଙ୍କ ବିରୋଧରେ ଆସିଥିବା ଦଳ ବଦଳ ଅଭିଯୋଗରେ ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ ଆଜି (ବୁଧବାର) ଦ୍ୱିତୀୟ ଶୁଣାଣିରେ ମୁକୁଲଙ୍କ ସପକ୍ଷରେ ରାୟ ଦେଇଛନ୍ତି । ମୁକୁଲଙ୍କ ବିରୋଧରେ ବିରୋଧୀ ଆଣିଥିବା ଦଳ ବଦଳ ଅଭିଯୋଗ ମାମଲାକୁ ବାଚସ୍ପତି ଖାରଜ କରିଛନ୍ତି ।
ମୁକୁଲ ରୟଙ୍କ ବିରୋଧରେ ଦଳ ବଦଳ ଅଭିଯୋଗ ଖାରଜ କଲେ ପଶ୍ଚିମବଙ୍ଗ ବାଚସ୍ପତି - ପଶ୍ଚିମବଙ୍ଗ ଖବର
ବିଜେପି ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ମୁକୁଲ ରୟଙ୍କ ସପକ୍ଷରେ ପଶ୍ଚିମବଙ୍ଗ ବାଚସ୍ପତି । କହିଲେ ମୁକୁଲ ଏବେ ମଧ୍ୟ ବିଜେପିରେ ଅଛନ୍ତି । ତେଣୁ ତାଙ୍କ ବିରୋଧରେ ଦଳ ବଦଳ ଅଭିଯୋଗ ଲଗାଯାଇପାରିବ ନାହିଁ କହିଲେ ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ । ଅଧିକ ପଢନ୍ତୁ
ମୁକୁଲ ରାୟଙ୍କ ବିରୋଧରେ ଦଳ ବଦଳ ଅଭିଯୋଗ ଖାରଜ କଲେ ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ଶୁଣାଣି କରିଥିଲେ ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ । ଏହି ଶୁଣାଣିରେ ବାଚସ୍ପତି ବନ୍ଦୋପାଧ୍ୟାୟ ମୁକୁଲ ରାୟଙ୍କ ଓକିଲଙ୍କ ଯୁକ୍ତି ସହ ସହମତି ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ମୁକୁଲ ରୟ ଏବେ ମଧ୍ୟ ବିଜେପିରେ ଅଛନ୍ତି ବୋଲି ବାଚସ୍ପତି ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଆସିଥିବା ଦଳ ବଦଳ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ବାଚସ୍ପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ