ନୂଆଦିଲ୍ଲୀ: ଲୋକସଭାରେ ଦେଶର ରାଜଧାନୀ ଦିଲ୍ଲୀ ସରକାର(ସଂଶୋଧନ) ବିଲ୍ ଆଗତ କରିଛନ୍ତି ମୋଦି ସରକାର । ଏହି ବିଧେୟକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତାର ବଣ୍ଟନକୁ ନେଇ ସ୍ଥିତି ସ୍ପଷ୍ଟ କରିଦିଆଯାଇଛି । ବିଧେୟକ ଆଗତ ପରେ ଦିଲ୍ଲୀ ରାଜନୀତିରେ ଲାଗିଛି ନିଆଁ ।
ବିଲ୍ ଜରିଆରେ ଦେଶର ରାଜଧାନୀ କ୍ଷେତ୍ରରେ ସରକାର ଆଇନ 1991ରେ 3 ଟି ବଡ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁପସ୍ଥିତିରେ ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀ ଏହି ବିଲ୍ ଆଗତ କରିଛନ୍ତି । ଆଇନରେ ସେକ୍ସନ 21ରେ ପରିବର୍ତ୍ତନ କରି କୁହାଯାଇଛି ଯେ ଦିଲ୍ଲୀ ବିଧାନସଭାରେ ପାରିତ କୌଣସି ଆଇନରେ 'ସରକାର' ଶବ୍ଦର ଅର୍ଥ ଏବେଠୁ 'ଉପରାଜ୍ୟପାଳ' ବୋଲି ବିବେଚନା କରାଯିବ ।