ଓଡିଶା

odisha

ETV Bharat / bharat

ଲୋକସଭାରେ ଆଗତ ହେଲା ‘ଆବଶ୍ୟକ ସୁରକ୍ଷା ବିଧେୟକ ୨୦୨୧’

ବିଲରେ ଥିବା ପ୍ରାବଧାନ ଅନୁସାରେ ଏହା ରାଷ୍ଟ୍ରୀୟ ସୁରକ୍ଷାକୁ ସୁ-ନିଶ୍ଚିତ କରିବ । ଏହାସହ ସୁରକ୍ଷାବଳଙ୍କ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠି ସାମରିକ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବ । ଅଧିକ ପଢନ୍ତୁ...

By

Published : Jul 23, 2021, 7:31 AM IST

Bill in lok sabha
Bill in lok sabha

ନୂଆଦିଲ୍ଲୀ: ଗତକାଲି (ଗୁରୁବାର) କେନ୍ଦ୍ର ସରକାର ଲୋକସଭାରେ ‘ଆବଶ୍ୟକ ସୁରକ୍ଷା ବିଧେୟକ୨୦୨୧’ ଉପସ୍ଥାପନା କରିଛନ୍ତି । ବିଲ ସୁରକ୍ଷା ସମ୍ବନ୍ଧୀୟ ଆବଶ୍ୟକ ହେଉଥିବା ସେବାରେ ସାମିଲ ହେବାସହ ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ, ହରତାଲ, ଧର୍ମଘଟ ଭଳି ପ୍ରସଙ୍ଗ ଉପରେ ରୋକ ଲଗାଇବ । ଅର୍ଥାତ ବିଲ ଆଇନରେ ପରିଣତ ହେଲେ ସୁରକ୍ଷାକର୍ମୀ ସଶସ୍ତ୍ର ଯବାନ କୌଣସି ଧର୍ମଘଟ କରିପାରିବେ ନାହିଁ । ବିଲକୁ ଗୁରୁବାର ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଅଜୟ ଭଟ୍ଟ ଲୋକସଭାରେ ଉପସ୍ଥାପନା କରିଛନ୍ତି ।

ବିଲରେ ଥିବା ପ୍ରାବଧାନ ଅନୁସାରେ ଏହା ରାଷ୍ଟ୍ରୀୟ ସୁରକ୍ଷାକୁ ସୁ-ନିଶ୍ଚିତ କରିବ । ଏହାସହ ସୁରକ୍ଷାବଳଙ୍କ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠି ସାମରିକ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବ । ତେବେ ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ବିଲ ଉପରେ ଆଲୋଚନା ହୋଇପାରିନାହିଁ ।

ତେବେ ଆଲୋଚନା ହୋଇନଥିବାରୁ ବିଲକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details