ଓଡିଶା

odisha

ETV Bharat / bharat

ଭାରତର ଡିଜିଟାଲ ଅଗ୍ରଗତି ଓ ସ୍ୱାସ୍ଥ୍ୟସେବାକୁ ବିଲ ଗେଟ୍‌ସ୍‌ଙ୍କ ପ୍ରଶଂସା

ଭାରତରେ ଡିଜିଟାଲ ଅଗ୍ରଗତି ଓ ସ୍ବାସ୍ଥ୍ୟସେବା ଅଗ୍ରାଧିକାରକୁ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ୍‌ (Bill gates praised India)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ

ଭାରତର ଡିଜିଟାଲ ଅଗ୍ରଗତି ଓ ସ୍ବାସ୍ଥ୍ୟସେବାକୁ ବିଲ୍‌ ଗେଟ୍‌ସ୍‌ଙ୍କ ପ୍ରଶଂସା
ଭାରତର ଡିଜିଟାଲ ଅଗ୍ରଗତି ଓ ସ୍ବାସ୍ଥ୍ୟସେବାକୁ ବିଲ୍‌ ଗେଟ୍‌ସ୍‌ଙ୍କ ପ୍ରଶଂସା

By

Published : Aug 15, 2022, 10:48 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଶୁଭଚ୍ଛା ଜଣାଇ ଭାରତରେ ଡିଜିଟାଲ ଅଗ୍ରଗତି ଓ ସ୍ବାସ୍ଥ୍ୟସେବା ଅଗ୍ରାଧିକାରକୁ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ୍‌ । ଏହାକୁ ନେଇ ବିଲ୍‌ ଗେଟ୍‌ସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି(Bill gates praised India) । ଅଗ୍ରଗତି ଓ ସ୍ବାସ୍ଥ୍ୟସେବା ଅଗ୍ରାଧିକାରରେ ଭାରତର ଯାତ୍ରା ପ୍ରେରଣାଦାୟୀ ବୋଲି ସେ କହିଛନ୍ତି ।

ସ୍ବାଧୀନତାର ୭୫ ପୂର୍ତ୍ତି ଅବସରରେ ଟ୍ବିଟ୍‌ କରି ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବିଲ୍‌ ଗେଟ୍‌ସ୍‌ । ସେ ଟ୍ବିଟ୍‌ କରି କହିଛନ୍ତି, "ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଛି । ଏହାରି ମଧ୍ୟରେ ଭାରତ ଡିଜିଟାଲ୍‌ କ୍ଷେତ୍ରରେ ଏକ ପରିବର୍ତ୍ତନ ଦେଖିଛି । ତାସହ ଭାରତରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଇଛି । ଏହାକୁ ନେଇ ଭାରତ ଉନ୍ନତି ପଥରେ ଆଗେଇ ଚାଲିଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭଚ୍ଛା ଜ୍ଞାପନ କରୁଛି । ଭାରତର ଏହି ଯାତ୍ରାରେ ଆମେ ଭାଗୀଦାର ହୋଇଥିବାରୁ ନିଜକୁ ଭାଗ୍ୟବାନ ମଣୁଛୁ ।"

ବିଭିନ୍ନ ସମୟରେ ଭାରତକୁ ପ୍ରଶଂସାରେ ପୋତିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ୍‌ । ସଫଳତାର ସହ କୋଭିଡ ମୁକାବିଲାକୁ ନେଇ ମଧ୍ୟ ସେ ପୂର୍ବରୁ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିଲେ ।

ABOUT THE AUTHOR

...view details