ଓଡିଶା

odisha

ETV Bharat / bharat

ବିଲକିସ ବାନୋ ମାମଲାରେ ଗୁଜୁରାଟ ସରକାରଙ୍କୁ 'ସୁପ୍ରିମ' ଝଟକା, 11 ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ - ବିଲକିସ ବାନୋ ଗଣଦୁଷ୍କର୍ମ

Bilkis Bano case: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଗୁଜୁରାଟ ସରକାରଙ୍କୁ 'ସୁପ୍ରିମ' ଝଟକା । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କଲେ ସୁପ୍ରିମ କୋର୍ଟ । 11 ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଧିକ ପଢନ୍ତୁ

Supreme court
Supreme court

By ETV Bharat Odisha Team

Published : Jan 8, 2024, 11:19 AM IST

Updated : Jan 8, 2024, 2:56 PM IST

ନୂଆଦିଲ୍ଲୀ:ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରିବା ନିଷ୍ପତିରେ ଗୁଜୁରାଟ ସରକାରଙ୍କୁ 'ସୁପ୍ରିମ' ଝଟକା । ଏହି ମାମଲାରେ ଦୋଷୀଙ୍କୁ ଗୁଜୁରାଟ ସରକାର ମୁକ୍ତ କରିଥିବା ବେଳେ ଏହି ନିଷ୍ପତ୍ତିକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯେଉଁ ରାଜ୍ୟରେ ଅର୍ଥାତ ମହାରାଷ୍ଟ୍ରରେ ଏହି ମାମଲାର ଶୁଣାଣି ହୋଇଥିବାରୁ, ସେହି ରାଜ୍ୟ ହିଁ ଏନେଇ ନିଷ୍ପତ୍ତି ନେଇପାରିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ପୀଡ଼ିତା ବିଲକିସ ବାନୋଙ୍କ ସପକ୍ଷରେ ରାୟ ପ୍ରକାଶ ପାଇଥିବା ବେଳେ, 11 ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଆଜି ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣାରେ ଗୁଜୁରାଟ ସରକାର ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରିବା ନିଷ୍ପତି ମାମଲାରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କୁ ଦୋଷୀମାନଙ୍କୁ ମୁକ୍ତ କରିବା ନେଇ କ୍ଷମତା ଦିଆଯାଇନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଯେଉଁ ରାଜ୍ୟରେ ଏହି ମାମଲାର ଶୁଣାଣି ହୋଇଥିଲା, ସେହି ରାଜ୍ୟରେ ହିଁ କ୍ଷମା ପ୍ରାର୍ଥନା ନିଷ୍ପତି ନିଆଯାଇପାରିବ । ଏହି ମାମଲାର ଶୁଣାଣି ମହାରାଷ୍ଟ୍ରରେ ହୋଇଥିବାରୁ ଏନେଇ ମହାରାଷ୍ଟ୍ର ସରକାର ହିଁ ନିଷ୍ପତି ନେଇପାରିବେ। ମାତ୍ର ଗୁଜରାଟ ସରକାର ନୁହନ୍ତୁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହାମଧ୍ୟ ପଢନ୍ତୁ.. ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା, ଆଜି ଆସିବ 'ସୁପ୍ରିମ' ରାୟ

ସୁପ୍ରିମକୋର୍ଟଙ୍କ ରାୟ ପରେ ବିଲକିସ ବାନୋଙ୍କୁ ଆଶ୍ୱସ୍ତି ମିଳିଛି । ଏବେ ମୁକ୍ତି ପାଇଥିବା 11 ଜଣ ଦୋଷୀ ପୁଣି ଜେଲ ଫେରିବେ । 2002 ଗୁଜରାଟ ରାଜ୍ୟର ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ବୋନୋ 5 ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ 3 ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ୍ 14 ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ 14 ବର୍ଷ ଜେଲରେ ରହିବା ପରେ ଅଗଷ୍ଟ 2022ରେ ଗୁଜରାଟ ସରକାର ଆଇନ ଅନୁଯାୟୀ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହାକୁ ବିରୋଧ କରି ବିଲକିସ ବାନୋଙ୍କ ସମେତ ଏକାଧିକ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା । ସୁପ୍ରିମକୋର୍ଟ ଅକ୍ଟୋବର 12 ତାରିଖରେ ମାମାଲର ଚୂଡ଼ାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ସୁପ୍ରିମକୋର୍ଟ, ଗୁଜରାଟ ସରକାରଙ୍କ ନିଷ୍ପତିକୁ ଖାରଜ କରି ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2024, 2:56 PM IST

ABOUT THE AUTHOR

...view details