ଓଡିଶା

odisha

ETV Bharat / bharat

Bilkis Bano case: 11 ଅଭିଯୁକ୍ତଙ୍କୁ ଛାଡ ମାମଲା, ନଭେମ୍ବର 29 ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା । ବହୁଚର୍ଚ୍ଚିତ ଗୁଜୁରାଟର ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ 11 ଦୋଷୀଙ୍କୁ ଛାଡ ବିରୋଧରେ ହୋଇଥିବା ମାମଲାରେ ନଭେମ୍ବର 29 ରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ (Bilkis Bano gang rape case)। ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ପରେ ଜେଲରୁ ବାହାରି ସାରିଛନ୍ତି 11 ଦୋଷୀ । ଅଧିକ ପଢନ୍ତୁ

By

Published : Oct 18, 2022, 7:29 PM IST

Bilkis Bano case: ନଭେମ୍ବର 29 ରେ 11 ଅଭିଯୁକ୍ତଙ୍କୁ ଛାଡ ବିରୋଧରେ ହୋଇଥିବା ମାମଲାର ଶୁଣାଣି
Bilkis Bano case: ନଭେମ୍ବର 29 ରେ 11 ଅଭିଯୁକ୍ତଙ୍କୁ ଛାଡ ବିରୋଧରେ ହୋଇଥିବା ମାମଲାର ଶୁଣାଣି

ନୂଆଦିଲ୍ଲୀ:ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା । ବହୁଚର୍ଚ୍ଚିତ ଗୁଜୁରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ 11 ଦୋଷୀଙ୍କୁ ଛାଡ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ନଭେମ୍ବର 29 ରେ ସର୍ବୋଚ୍ଚ କୋର୍ଟରେ (Bilkis Bano gang rape case) ହେବ । ଗୁଜୁରାଟ ସରକାର ନିଷ୍ପତ୍ତି ଏହି 11 ଦୋଷୀଙ୍କୁ ଜେଲରୁ ଖଲାସ କରାଯାଇଥିବା ବେଳେ ଏହାକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର ହୋଇଥିଲା । 2002 ଗୋଧ୍ରା ଦଙ୍ଗା ସମୟରେ ପରିବାର ସଦସ୍ୟଙ୍କୁ ହତ୍ୟା ଓ ଗଣଦୁଷ୍କର୍ମର ଶିକାର ହୋଇଥିଲେ ବିଲକିସ ବାନୋ । ଏହି ଘଟଣାରେ 2008 ରେ 11 ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ତେବେ 14 ବର୍ଷ ସଜ୍ଜା କାଟିବା ପରେ ସେମାନଙ୍କ ଆଚରଣରେ ସୁଧାର ଆସିବା ଦର୍ଶାଇ ଏମାନଙ୍କୁ ଜେଲରୁ ଖଲାସ କରିବାକୁ ଗୁଜୁରାଟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ସତ୍ୟପାଠ ଦାଖଲ କରି ସାରିଛନ୍ତି ଗୁଜୁରାଟ ସରକାର :-

ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସାରିଛି । ଗୁଜୁରାଟ ସରକାର ନିଜ ସତ୍ୟାପଠରେ ଦର୍ଶାଇଥିଲେ ଯେ, 1992 ପିଲିସି ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ମଧ୍ୟ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି । ସମସ୍ତ ଦୋଷୀ 14 ବର୍ଷ ସଜ୍ଜା କାଟି ସାରିଛନ୍ତି । ସେମାନଙ୍କ ଆଚରଣରେ ମଧ୍ୟ ସୁଧାରମୂଳକ ପରିବର୍ତ୍ତନ ଆସିଛି । ତେଣୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ ଗୁଜୁରାଟ ସରକାର ।

କ’ଣ ଥିଲା ପୁରା ଘଟଣା:-

2002 ଫେବୃଆରୀ 27ରେ ଗୁଜୁରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦେବା ଫଳରେ 59 ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଚାରିଆଡକୁ ବ୍ୟାପିଥିଲା । ଏହି ସମୟରେ ବିଲକିସ ୟାକୁବ ରସୁଲଙ୍କ ପରିବାର ସଦସ୍ୟ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ । ମାର୍ଚ୍ଚ 3 ରେ ଏକ ଟ୍ରକରେ ବିଲକିସଙ୍କ ପରିବାର ସମେତ 17 ଜଣ ସ୍ଥାନାନ୍ତରିତ ହେଉଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା । ସେଥିରେ ବିଲକିସଙ୍କ ପରିବାର 7 ସଦସ୍ୟଙ୍କ ସମେତ ମୋଟ 14 ଜଣଙ୍କ ମୃତ୍ୟୁ ହୋଇଥିଲା । ବିଲକିସଙ୍କ 2 ବର୍ଷୀୟା ଝିଅ ମଧ୍ୟ ପ୍ରାଣ ହରାଇଥିବା ବେଳେ ଗର୍ଭବତୀ ଥିବା ବିଲକିସଙ୍କୁ ମଧ୍ୟ ଗଣଦୁଷ୍କର୍ମର ଶିକାର ହେବାକୁ ପଡିଥିଲା । ସୌଭାଗ୍ୟବସତଃ ବଞ୍ଚି ଯାଇଥିବା ବିଲକିସ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଥିଲେ ।

2008 ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ 11 ଅଭିଯୁକ୍ତ :-

ପ୍ରଦେଶ ପୋଲିସ ଘଟଣାର ସଠିକ ତଦନ୍ତ କରୁନଥିବା ଦର୍ଶାଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ପୀଡିତା ବିଲକିସ । ଏହା ସହ ପରେ ସେ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ ଦାୟର କରିଥିଲେ । 2003 ସର୍ବୋଚ୍ଚ ଅଦାଲତ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଦେଇଥିଲେ । 2004 ରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିଲେ । ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁମ୍ବାଇକୁ ସ୍ଥାନାନ୍ତରଣ କରିଥିଲେ । 2008 ଜାନୁଆରୀ 21ରେ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ସିବିଆଇ କୋର୍ଟ 11 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏବେ ଗୁଜୁରାଟ ସରକାରଙ୍କ ଏପରି ନିଷ୍ପତ୍ତି ପରେ ପୁଣି ଥରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ସରକାର ନେଇଥିବା ଛାଡ ନିଷ୍ପତ୍ତି ଉପରେ ସର୍ବୋଚ୍ଚ କୋର୍ଟ ପୁଣି ଥରେ ନଭେମ୍ବର 29 ରେ ଶୁଣାଣି କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details