ନୂଆଦିଲ୍ଲୀ:ପୀଡ଼ିତା ବିଲକିସ ବାନୋଙ୍କୁ ମିଳିବ ନ୍ୟାୟ ।ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ସୁପ୍ରିମ ଝଟକା । ଆତ୍ମ ସମର୍ପଣ ସମୟ ବୃଦ୍ଧି କରିବା ପାଇଁ ଦୋଷୀମାନଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା 21 ତାରିଖ ଆତ୍ମସମର୍ପଣର ଶେଷ ତାରିଖ ରହିଥିବା ବେଳେ ଗତକାଲି(ଗୁରୁବାର) 3ଜଣ ଦୋଷୀ ସମୟ ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ ।
ସୁପ୍ରିମକୋର୍ଟ କହିଛନ୍ତି,"ଆତ୍ମସମର୍ପଣକୁ ସ୍ଥିଗିତ କରିବା ଏବଂ ସମୟସୀମା ବୃଦ୍ଧି କରିବା ପାଇଁ ଦୋଷୀମାନଙ୍କ ଦ୍ବାରା ଦର୍ଶାଯାଇଥିବା କାରଣର କୌଣସି ଯୁକ୍ତିଯୁକ୍ତ ନୁହେଁ । ତେଣୁ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ଆତ୍ମ ସମର୍ପଣ କରିବେ ଦୋଷୀ ।" ପ୍ରକାଶଥାଉକି, ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ 3ଜଣ ଦୋଷୀ ଗୁରୁବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଆସନ୍ତା 21 ତାରିଖରେ ଆତ୍ମସମର୍ପଣର ଅବଧି ଶେଷ ହେବାକୁ ଥିବା ବେଳେ ଅବଧି ବଢ଼ାଇବା ପାଇଁ କୋର୍ଟକୁ ନିବେଦନ କରିଥିଲେ। ଜଣେ ଦୋଷୀ 4 ସପ୍ତାହର ଅବଧି ମାଗିଥିବା ବେଳେ ଅନ୍ୟ ଦୁଇଜଣ 6 ସପ୍ତାହର ଅବଧି ମାଗିଥିଲେ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅବଧି ବୃଦ୍ଧି କରିବା ପାଇଁ ଅପିଲ କରିଥିଲେ ଅଭିଯୁକ୍ତ ।
ଏହା ମଧ୍ୟ ପଢନ୍ତୁ: ବିଲକିସ ବାନୋ ମାମଲା: ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଲେ 3 ଦୋଷୀ