ଜୟପୁର: ସ୍ବାଦିଷ୍ଟ ରସଗୁଲା ଏବଂ ଭୁଜିଆ ତିଆରିରେ ରାଜସ୍ଥାନର ବିକାନେର ବେଶ୍ ଜଣାଶୁଣା । କିନ୍ତୁ ବିକାନେରରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଜିନିଷ ଏବଂ ସେଠାରେ ଥିବା ନିଆରା ଲୋକଙ୍କ ପାଇଁ ବିକାନେର ଏକ ଭିନ୍ନ ପରିଚୟ ପାଇଛି । ବିଶେଷକରି ଖାଦ୍ୟକୁ ଭଲପାଉଥିବା ଲୋକଙ୍କ ପାଇଁ ଏହି ସହର ଅଧିକ ପ୍ରିୟ । ସବୁବେଳେ ଅଲଗା କିଛି କରିବାର ଆଗ୍ରହ ବିକାନେରବାସୀଙ୍କ ମନରେ ଥାଏ । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ପଓ୍ବନ ବ୍ୟାସ ନୂଆ କିଛି କରି ଦେଖାଇଛନ୍ତି ।
ବୁଧବାର ପୱନ ବିଶ୍ୱର ସର୍ବବୃହତ ପଗଡି ବାନ୍ଧି ରେକର୍ଡ ସୃଷ୍ଟି କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହା ପୂର୍ବରୁ ଦୁନିଆର ସବୁଠୁ ଲମ୍ବା ପଗଡି 400 ମିଟର ପର୍ଯ୍ୟନ୍ତ ବନ୍ଧା ହୋଇଛି । ବୁଧବାର ଦିନ ସେ 450 ମିଟର ଅର୍ଥାତ୍ 1475 ଫୁଟର ପଗଡି ବାନ୍ଧି ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି । ଏଥିସହ ଏହି ଲମ୍ବା ପଗଡି ବାନ୍ଧିବା ପ୍ରତିଯୋଗିତାରେ ସେ ଗିନିଜ ଓ୍ବାଲ୍ଡ ରେକର୍ଡ କରିବାକୁ ମନସ୍ଥ କରିଛନ୍ତି । ତେବେ ପୱନ ଏହି ପଗଡିକୁ ଜାତୀୟ ମୁସ୍ତା ଚାମ୍ପିଅନ୍ ରାହୁଲ ଶଙ୍କର ଥାନଭିଙ୍କ ମୁଣ୍ଡରେ ଅଧ ଘଣ୍ଟା ମଧ୍ୟରେ ବାନ୍ଧିଥିଲେ । ଏହାପୂର୍ବରୁ ପୱନ ନିଜ ହାତର ସମସ୍ତ ଆଙ୍ଗୁଠିରେ ଛୋଟ ପଗଡି ବାନ୍ଧିବାରେ ଏକ ରେକର୍ଡ ସୃଷ୍ଟି କରିଥିଲେ ।