ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଭୁଷୁଡିଲା ଛାତ, 3 ଶ୍ରମିକ ମୃତ

ବିକାନେରରେ ନିର୍ମାଣାଧିନ କୋଠାର ଛାତ ଭୁଷୁଡି 3 ଜଣଙ୍କ ମୃତ୍ୟୁ ହୋଇଛି । କୋଠା ଭୁଷୁଡିବା ଯୋଗୁଁ ଭଗ୍ନାବଶେଷ ତଳେ କିଛି ଶ୍ରମିକ ଚାପି ହୋଇରହିଛନ୍ତି । ଅଧିକ ପଢନ୍ତୁ...

By

Published : Jun 20, 2021, 9:52 PM IST

ରାଜସ୍ଥାନରେ ଭୁଷୁଡିଲା ଛାତ, 3 ଶ୍ରମିକ ମୃତ
ରାଜସ୍ଥାନରେ ଭୁଷୁଡିଲା ଛାତ, 3 ଶ୍ରମିକ ମୃତ

ଜୟପୁର: ବିକାନେର ଗଙ୍ଗାସହର ଅଞ୍ଚଳରେ ବଡ ଦୁର୍ଘଟଣା । ନିର୍ମାଣାଧିନ କୋଠାର ଛାତ ଭୁଷୁଡି 3 ଜଣଙ୍କ ମୃତ୍ୟୁ ହୋଇଛି । କୋଠା ଭୁଷୁଡିବା ଯୋଗୁଁ ଭଗ୍ନାବଶେଷ ତଳେ କିଛି ଶ୍ରମିକ ଚାପି ହୋଇରହିଛନ୍ତି ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ଯେ 8 ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା 8 ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଅବଶିଷ୍ଟ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ABOUT THE AUTHOR

...view details