ମାଲକାନଗିରି: ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣ ଘଟଣାକୁ ନେଇ ବୟାନ ଜାରି କରିଛି ମାଓ ସଂଗଠନ । ପ୍ରେସ ବିଜ୍ଞପ୍ତି ଜାରି କରି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) । ମାଓ ସଂଗଠନ ପକ୍ଷରୁ ଜାରି ବୟାନରେ ନିଖୋଜ କୋବ୍ରା ବାଟାଲିୟନ ଯବାନକୁ ପଣବନ୍ଦୀ ନେଇ ସ୍ପଷ୍ଟ କରାଯାଇଛି ।
କୋବ୍ରା ଯବାନଙ୍କୁ କବଜାରେ ରଖିଥିବା ମାଓବାଦୀଙ୍କ ସ୍ବୀକାର, ମଧ୍ୟସ୍ଥତା ପାଇଁ ସରକାରଙ୍କୁ ଅପିଲ କୋବ୍ରା ଯବାନଙ୍କୁ କବଜାରେ ରଖିଥିବା ମାଓବାଦୀଙ୍କ ସ୍ବୀକାର, ମଧ୍ୟସ୍ଥତା ପାଇଁ ସରକାରଙ୍କୁ ଅପିଲ DKSZC ଦଣ୍ଡକାରଣ୍ୟ ସବ ଜୋନାଲ କମିଟି ମୁଖପାତ୍ର ପକ୍ଷରୁ ଏହି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ପୋଲିସ ମାଓବାଦୀ ଗୁଳିବିନିମୟରେ 4 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି ।
କୋବ୍ରା ଯବାନଙ୍କୁ କବଜାରେ ରଖିଥିବା ମାଓବାଦୀଙ୍କ ସ୍ବୀକାର, ମଧ୍ୟସ୍ଥତା ପାଇଁ ସରକାରଙ୍କୁ ଅପିଲ କୋବ୍ରା ଯବାନଙ୍କୁ କବଜାରେ ରଖିଥିବା ମାଓବାଦୀଙ୍କ ସ୍ବୀକାର, ମଧ୍ୟସ୍ଥତା ପାଇଁ ସରକାରଙ୍କୁ ଅପିଲ ମାଓ ସଂଠନର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, 24 ଯବାନ ମୃତ୍ୟୁ ନେଇ ଦାବି କରାଯାଇଛି । 2020ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ 150 ଗ୍ରାମୀଣଙ୍କୁ ମାରିଥିବା ଦାବି କରିଛି ମାଓ ସଙ୍ଗଠନ। ଏହାସହିତ ଯବାନଙ୍କ ଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ର ଆଉ ମାଓବାଦୀଙ୍କ ଫଟୋ ଜାରି କରିଛି ସଂଗଠନ ।
ଅପହୃତ ସିଆରପିଏଫ କୋବ୍ରା ଯବାନ ସୁରକ୍ଷିତ ଥିବା ପୁଣି ଫୋନ କରି ଗଣମାଧ୍ୟମକୁ ଜଣାଇଛନ୍ତି ମାଓବାଦୀ । ବହୁଶୀଘ୍ର ଅପହୃତ ଯବାନଙ୍କୁ ମାଓ କବଜାରୁ ମୁକ୍ତ କରାଯିବା ନେଇ ବିକଳ୍ପ ଦେଇଛନ୍ତି ମାଓ ନେତା । ସରକାର ଖୁବଶୀଘ୍ର ମଧ୍ୟସ୍ଥତା ସ୍ଥିର କରିବା ପାଇଁ ମାଓବାଦୀ ଅପିଲ କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ