ନୂଆଦିଲ୍ଲୀ:ଗତକାଲି ରାତିରେ ବିହାର ବକ୍ସର ଷ୍ଟେସନ ନିକଟରେ ନୂଆଦିଲ୍ଲୀ-ଆସାମ ନର୍ଥ-ଇଷ୍ଟ ଏକ୍ସପ୍ରେସର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା । ଏଥିରେ 4 ଜଣଙ୍କ ମୃତ୍ୟୁ ହେବା ସହ 50ରୁ ଅଧିକ ଆହତ ହୋଇଥିଲେ । ତେବେ ପ୍ରାଥମିକ ତଦନ୍ତ ପରେ ରେଳ ଧାରଣାରେ ତ୍ରୁଟି କାରଣରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ନେଇ ଜଣାପଡିଛି । ଘଟଣାର ତଦନ୍ତ କରୁଥିବା 6 ଜଣ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ଏହି ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି । ଏବେ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରହିଛି ।
ଗତକାଲି ରାତି ପ୍ରାୟ 10ଟା ବେଳେ ଏହି ଟ୍ରେନର 21ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏଥିରେ ଲୋକୋ ପାଇଲଟ ମଧ୍ୟ ସାମାନ୍ୟ ଆହତ ହୋଇଥିବା ବେଳେ ସହକାରୀ ଲୋକୋ ପାଇଲଟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ଅତିକ୍ରମ କରିବା ପରେ ଦୁର୍ଘଟଣା ଘଟିଥିଲା । ଲାଇନଚ୍ୟୁତ ହେବା ବେଳେ ଟ୍ରେନର ବେଗ ପ୍ରାୟ 128 କିମି ଘଣ୍ଟା ପ୍ରତି ଥିବା ଲୋକୋ ପାଇଲଟ ତାଙ୍କ ବୟାନରେ କହିଛନ୍ତି । ରଘୁନାଥପୁର ଷ୍ଟେସନ ଅତିକ୍ରମ କରିବାର ମାତ୍ର କିଛି କି.ମି ମଧ୍ୟରେ ରାତି ପ୍ରାୟ 9.52 ମିନିଟ ସମୟରେ ପ୍ରବଳ କମ୍ପନ ହେବା ସହ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିବା ନେଇ ଟ୍ରେନର ଲୋକୋ ପାଇଲଟ ତଦନ୍ତକାରୀ ଟିମକୁ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Bihar Train Accident: ବିହାରରେ ବଡ ଟ୍ରେନ ଦୁର୍ଘଟଣା, ୪ ମୃତ ଓ ୫୦ରୁ ଅଧିକ ଆହତ