ପାଟନା: ବିହାରରେ ଜାରି ରହିଛି ପ୍ରବଳ ବର୍ଷା । ରାଜ୍ୟରେ ମୌସୁମୀ ପ୍ରବେଶ ପରେ ଲଗାତାର ବର୍ଷା ହେଉଛି । ପାଣିପାଗ ବିଭାଗ ପକ୍ଷରୁ ଶନିବାର ରାଜଧାନୀ ପାଟନା ସମେତ 12 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହିସବୁ ଜିଲ୍ଲାଗୁଡିକରେ 30 ରୁ 40 କିମି ବେଗରେ ପବନ ବହିବା ସହ ବଜ୍ରପାତର ସମ୍ଭାବନା ରହିଛି । ସେହିପରି ବଜ୍ରପାତ ଯୋଗୁଁ ଏଯାବତ୍ ବିହାରରେ ମୋଟ 19 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କ୍ଷେତରେ କାମ କରୁଥିବାବେଳେ ଏହି ଅଘଟଣ ଘଟିଛି ।
ବିହାରରେ ବର୍ଷା ତାଣ୍ଡବ, 19 ମୃତ - ବିହାର ବର୍ଷା ତାଣ୍ଡବ
ବିହାରରେ ଲାଗି ରହିଛି ପ୍ରବଳ ବର୍ଷା । ବଜ୍ରପାତ ଯୋଗୁଁ ରାଜ୍ୟରେ 19 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଲୋକଙ୍କୁ ସତର୍କ ରହିବାକୁ ନିବେଦନ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...
ବିହାରରେ ବର୍ଷା ତାଣ୍ଡବ, 19 ମୃତ
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସମଗ୍ର ବିହାରରେ ମୌସୁମୀ ପ୍ରଭାବ ଜାରି ରହିଛି । ଘୂର୍ଣ୍ଣିବଳୟ କାରଣରୁ ପାଗ ବହୁତ ଅଧିକ ଖରାପ ହେବା ନେଇ ଆଶଙ୍କା କରାଯାଉଛି । ସେହିପରି ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଲୋକଙ୍କ ଘରେ ବର୍ଷା ପାଣି ପଶିବା କାରଣରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ତେବେ ବର୍ଷା ଏବଂ ବଜ୍ରପାତ ସମୟରେ ଲୋକମାନଙ୍କୁ ପକ୍କା ଘରେ ଆଶ୍ରୟ ନେବାକୁ ଏବଂ ସତର୍କ ରହିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ