ଓଡିଶା

odisha

By

Published : Apr 26, 2021, 2:07 PM IST

ETV Bharat / bharat

ସ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେଲା ବୋଲି, ମାରିଦେଲା ରେଲୱେ ମାଷ୍ଟର ସ୍ବାମୀ

ସାରା ଦେଶରେ କୋରୋନାର ଭୟାବହତା ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ କୋରୋନା ହେବାକୁ ତାକୁ ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ...

ସ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବାକୁ ହତ୍ୟା କଲା ରେଲୱେ ମାଷ୍ଟର ସ୍ବାମୀ
ସ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବାକୁ ହତ୍ୟା କଲା ରେଲୱେ ମାଷ୍ଟର ସ୍ବାମୀ

ପାଟନା: କୋରୋନାକୁ ନେଇ ଅଭାବନୀୟ ଘଟଣା । ସ୍ତ୍ରୀକୁ କୋରୋନା ହେଲା ବୋଲି ମାରିଦେଲା ସ୍ବାମୀ । ଏହା ପରେ ନିଜେ ଆତ୍ମହତ୍ୟା କରିଛି। ଏପରି ଅଘଟଣ ବିହାରର ଚିତ୍ରଗୁପ୍ତ ନଗରରେ ଘଟିଛି । ମୃତ ଅଭିଯୁକ୍ତ ଜଣକ ରେଲୱେ ମାଷ୍ଟର ଥିବା ଜଣାପଡିଛି ।

ପତ୍ରକାର ପୋଲିସ ଷ୍ଟେସନ ଅନ୍ତର୍ଗତ ଚିତ୍ରଗୁପ୍ତ ନଗରର ଅତୁଲ ଲାଲ ଓ ତାଙ୍କ ସ୍ତ୍ରୀ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଅତୁଲଙ୍କ ସ୍ତ୍ରୀ ଏକ ଘରୋଇ କମ୍ପାନୀ କାମ କରୁଥିବା ବେଳେ କୋରୋନା ପଜିଟିଭ ହୋଇଥିଲା । ଯାହାକୁ ନେଇ ଅତୁଲ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ଛାତ ଉପରୁ ଡେଇଁ ପଡିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଘଟଣାଟି ରବିବାର ଘଟିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରେ ଲାଗିଛି । ଏହା ଏକ ଭୂତାଣୁ ଦ୍ବାରା ବ୍ୟାପୁଥିବା ବେଳେ ଏଥିରୁ ଅନେକ ସୁସ୍ଥ ମଧ୍ୟ ହେଉଛନ୍ତି । ତେବେ ଘରେ ସଠିକ ଉପଚାରର ଦ୍ବାରା ହଜାର ହଜାର ସଂଖ୍ୟକ ସଂକ୍ରମିତ ଏହି ସଂକ୍ରମଣକୁ ହରେଇଛନ୍ତି । ଏପରିସ୍ଥିତିରେ ଜଣେ ଉଚ୍ଚ ଶିକ୍ଷିତ ତଥା ସରକାରୀ କର୍ମଚାରୀଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ହତବାକ କରିଛି । ତେଣୁ ବର୍ତ୍ତମାନରେ ସମସ୍ତଙ୍କୁ ମାନସିକ ସନ୍ତୁଳନ ରଖିବା ସହିତ ମହାମାରୀକୁ ଭୟ ନ କରି ମହାଲଢେଇ କରିବା ଜରୁରୀ ହୋଇପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details