ଓଡିଶା

odisha

ETV Bharat / bharat

Bihar Politics: ଏତେ ସମସ୍ୟା ଥିଲା ଯଦି ମେଣ୍ଟରେ ଥିଲେ କାହିଁକି ?: ରବି ଶଙ୍କର ପ୍ରସାଦ - ରବି ଶଙ୍କର ପ୍ରସାଦଙ୍କ ଆକ୍ରମଣ

ବିଜେପି ସାଂସଦ ରବିଶଙ୍କର ପ୍ରସାଦ ନୀତିଶଙ୍କୁ 4 ଟି ପ୍ରଶ୍ନ କରି ପଚାରିଛନ୍ତି । ଆପଣ (ନୀତିଶ) ବିଜେପି ସହ କେମିତି କାହିଁକି ଆସିଥିଲେ ? ଯେତେବେଳେ ଆପଣଙ୍କ ଦଳ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲା, ସେତେବେଳ ଆପଣଙ୍କ ଦଳର ନେତା ବିରୋଧ କରିଥିଲେ କାହିଁକି ? ଆମ ଚାପରେ ଆପଣଙ୍କ ଦଳର ନେତା ମାନେ ଆପଣଙ୍କୁ ଗ୍ରହଣ କଲେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 9, 2022, 10:01 PM IST

ପାଟଣା : ବିହାରରୁ କ୍ଷମତାଚ୍ୟୁତ ହେବା ପରେ ବିଜେପି ଏବେ ଆକ୍ରମଣ ମୁଦ୍ରାକୁ ଆସିଯାଇଛି। ପୁରା ବିହାର ବିଜେପି ବ୍ରିଗେଡ୍ (Bjp leader) ନୀତିଶଙ୍କୁ ଆଟାକ କରିବା ପାଇଁ ପୋଜିସନ ନେଇ ସାରିଛନ୍ତି । ଯାହାର ଆଜି ଶୁଭାରମ୍ଭ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ (Ravi Shankar Prasad) ।

ଆଜି ପାଟଣା ଦଳୀୟ କାର୍ଯ୍ୟାଳୟ (Patna bjp party office) ରେ ଆୟୋଜିତ ଏକ ପ୍ରେସମିଟରେ ରବି ଶଙ୍କର ନୀତିଶଙ୍କୁ ନୀତିବାଣି ଶୁଣାଇବା ସହ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ରବି ଶଙ୍କର କହିଛନ୍ତି, "ଯଦି ନୀତିଶଙ୍କର ବିଜେପି ପ୍ରତି ଏତେ ସମସ୍ୟା ଥିଲା ତାହା ହେଲେ 2 ବର୍ଷ ଧରି ମେଣ୍ଟରେ ଥିଲେ କାହିଁକି ? ନୀତିଶ କୁମାର ( Nitish Kumar) ବିହାର ଜନତାଙ୍କ ରାୟକୁ ଅପମାନ କରିଛନ୍ତି। ନୀତିଶ ଯେଉଁ ଲୋକଙ୍କ ବିରୋଧରେ ଜଙ୍ଗଲରାଜର ଅଭିଯୋଗ ଲଗାଇଥିଲେ, ଏବେ ସେହି ଲୋକଙ୍କ ସହ ଶାସନ କରିବାକୁ ଯାଉଛନ୍ତି । ନୀତିଶ କୁମାର 2020 ବିହାର ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନିର୍ବାଚନ ଜିତି ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ବାଚନ ଜିତି ଆଜି ଜନାଦେଶକୁ ଅପମାନ କରିବାର ତାପର୍ଯ୍ୟ କଣ ।’’

ଏହା ସହିତ ବିଜେପି ସାଂସଦ ରବିଶଙ୍କର ପ୍ରସାଦ ନୀତିଶଙ୍କୁ 4 ଟି ପ୍ରଶ୍ନ କରି ପଚାରିଛନ୍ତି । ଆପଣ (ନୀତିଶ) ବିଜେପି ସହ କେମିତି କାହିଁକି ଆସିଥିଲେ? ଯେତେବେଳେ ଆପଣଙ୍କ ଦଳ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲା, ସେତେବେଳ ଆପଣଙ୍କ ଦଳର ନେତା ବିରୋଧ କରିଥିଲେ କାହିଁକି ? ଆମର ଚାପରେ ଆପଣଙ୍କ ଦଳର ନେତା ମାନେ ଆପଣଙ୍କୁ ଗ୍ରହଣ କଲେ । ଆମେ କେବଳ ବର୍ତ୍ତମାନ ଆପଣଙ୍କୁ ମନେ ପକାଇ ଦେଉଛୁ । ରବି ଶଙ୍କର ଆହୁରି କହିଛନ୍ତି ଆପଣ କେବଳ 2013 ରେ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କୁ ବିରୋଧ କରି ଆମ ମେଣ୍ଟ ଛାଡିଥିଲେ । ଏହା ପରେ ଆପଣ 2014 ନିର୍ବାଚନରେ ସଫା ହୋଇଗଲେ । ଆପଣ ପୁଣି 2015 ରେ ଲାଲୁଙ୍କ ସହ କାହିଁକି ଗଲେ? ରବି ଶଙ୍କର ନୀତିଶଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଆପଣଙ୍କ ପୁରୁଣା ବକ୍ତବ୍ୟ ମନେ ପକାନ୍ତୁ, କଣ କହିଥିଲେ ? ଆପଣ 2019 ରେ ଆମ ସହିତ ମିଶି ନିର୍ବାଚନ ଲଢିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆପଣ 2 ରୁ 16 ହୋଇଗଲେ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।

ଏହାସହ ରବି ଶଙ୍କର ଆହୁରି କହିଛନ୍ତି 2020 ବିହାର ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏନଡିଏ ମେଣ୍ଟ ବିପୁଳ ବିଜୟ ହାସଲ କଲା । ହେଲେ ଆପଣଙ୍କ ଦଳ କାହିଁକି ହାରିଗଲା ? କାହିଁକି 44 ଆସନକୁ ଆପଣ ଖସି ଆସିଲେ ? ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିଜେପି ଅଧିକ ଆସନ ପାଇଥିଲେ ସୁଦ୍ଧା ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ କଲେ । ଯାହାକୁ ପୁରା ବିଜେପି ସ୍ବାଗତ କରିଥିଲା ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି ।

ABOUT THE AUTHOR

...view details