ଓଡିଶା

odisha

ETV Bharat / bharat

ମହାମେଣ୍ଟର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର - Nitish Kumar

7 ପାର୍ଟିକୁ ନେଇ ବିହାରରେ ମହାମେଣ୍ଟ । ନେତା ନିର୍ବାଚିତ ହେଲେ ନୀତିଶ । ରାଜ୍ୟପାଳଙ୍କୁ ଦେଲେ 164 ବିଧାୟକଙ୍କ ସମର୍ଥନ ପତ୍ର । ବିଜେପି ଉପରେ ବର୍ଷିଲେ ଆରଜେଡି ନେତା ତେଜସ୍ବୀ ଯାଦବ । ଖୁବ ଶୀଘ୍ର ଶପଥ ଗ୍ରହଣ ସୂଚନା । ଅଧିକ ପଢନ୍ତୁ ।

ମହାଗଠବନ୍ଧନର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର
ମହାଗଠବନ୍ଧନର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର

By

Published : Aug 9, 2022, 7:35 PM IST

Updated : Aug 9, 2022, 7:45 PM IST

ପାଟନା:ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ମହାମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି JDU ମୁଖ୍ୟ ନୀତିଶ କୁମାର । ରୁଦ୍ଧଦ୍ବାର ବୈଠକ ପରେ ସାମ୍ନାକୁ ଆସିଛି ନୀତିଶ କୁମାର ଓ ତେଜସ୍ବୀ ଯାଦବଙ୍କ ମିଳିତ ପ୍ରେସମିଟ । ନିଜ ପାଖରେ ମହାମେଣ୍ଟର ମୋଟ 164 ବିଧାୟକଙ୍କ ସମର୍ଥନ ରହିଥିବା ଓ ସେ ଏହି ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ନୀତିଶ କହିଛନ୍ତି । ଏହି ବିଧାୟକମାନେ ମୋଟ 7 ଟି ଦଳରୁ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ରହିଥିବା ମଧ୍ୟ ସୂଚନା ମିଳିଛି ।

ମହାମେଣ୍ଟର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର

ନୀତିଶ କହିଛନ୍ତି, ‘‘164 ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛୁ । ଶପଥ ଗ୍ରହଣ ସମାରୋହ ନେଇ ରାଜଭବନ ପକ୍ଷରୁ ସୂଚନା ମିଳିବ । ଏନଡିଏ ଛାଡିବା ପାଇଁ ଜେଡିୟୁ ବିଧାୟକ ଓ ବିଧାନ ପରିଷଦ ସଦସ୍ୟମାନେ ବିଚାର କରିଥିଲେ । ସେ କେବଳ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି । ତେବେ 2024ରେ ଜାତୀୟ ରାଜନୀତିରେ ତାଙ୍କର ଭୁମିକା ନେଇ ପ୍ରଶ୍ନକୁ ସେ ଏଡାଇଯାଇଥିଲେ ।

ନୂତନ ଭାବେ ଗଠନ ହେବାକୁ ଥିବା ସରକାରରେ ଉପ ମୁଖ୍ୟମନ୍ତ୍ର ପଦ ଗ୍ରହଣ କରିବାକୁ ଯାଉଥିବା ଯାଉଥିବା ଆରଜେଡି ତେଜସ୍ବୀ ଯାଦବ ବିଜେପି ଉପରେ ଖୁବ ବର୍ଷିଛନ୍ତି । ତେଜସ୍ବୀ କହିଛନ୍ତି, ‘‘ବିଜେପିର ମୂଳ ଏଜେଣ୍ଡା ହେଉଛି, କ୍ଷେତ୍ରୀୟ ପାର୍ଟିଙ୍କ ଅସ୍ଥିତ୍ବକୁ ସମ୍ପୂର୍ଣ୍ଣ ସମାପ୍ତ କରିବା । ବିହାରବାସୀ ସେପରି ହେବାକୁ ଦେବେ ନାହିଁ । ଉତ୍ତର ଭାରତ ତଥା ହିନ୍ଦୀ ବେଲ୍ଟରେ ବିଜେପିର କେହି ଆଞ୍ଚଳିକ ସହଯୋଗୀ ଦଳ ନାହିଁ । ବିଜେପି ପଞ୍ଜାବ ଓ ମହାରାଷ୍ଟ୍ରରେ କ’ଣ କଲା ଓ ଝାଡଖଣ୍ଡରେ କ’ଣ କରୁଛି ତାହା ପୁରା ଦେଶ ଦେଖୁଛି ।’’

ଆହୁରି ମଧ୍ୟ ସେ କହିଛନ୍ତି, ‘‘ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ଯାଦବ ଆଡଭାନୀଙ୍କ ରଥକୁ ରୋକିଥିଲେ । ଆମେ କେବେ ହେଲେ ଆମ ବିଚାରଧାରାରୁ ଓହରିବୁ ନାହିଁ । ବିହାରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପିକୁ କ୍ଷମତାକୁ ଦୂରରେ ରଖିବା ପାଇଁ ସମଗ୍ର ରାଜ୍ୟ ଚାହୁଁଥିଲା । ତାହା ଆଜି ବାସ୍ତବରେ ପୂରଣ ହୋଇଥିବାରୁ ନୀତିଶ କୁମାରଙ୍କୁ ଧନ୍ୟବାଦ । ଗଠନ ହେବାକୁ ଥିବା ସରକାର ବିହାରବାସୀଙ୍କ ପାଇଁ ଜାତୀୟ ସ୍ବାର୍ଥରେ କାମ କରିବ ।’’ ସେହିପରି ପୂର୍ବରୁ ତାଙ୍କ ଦଳ ଓ ନୀତିଶଙ୍କ ମଧ୍ୟରେ ଥିବା ମତଭେଦକୁ ଅତି ସ୍ବାଭାବିକ ବୋଲି ଦର୍ଶାଇବା ଆମେ ଦାଦା-ପୁତୁରା ବୋଲି କହିଛନ୍ତି ତେଜସ୍ବୀ । ସମଗ୍ର ଦେଶରେ ନୀତିଶ କୁମାର ହିଁ ସବୁଠି ଅନୁଭବୀ ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ତେଜସ୍ବୀ ।

ଅପରାହ୍ନରେ ରାଜଭନରେ ପହଞ୍ଚି ନିଜ ଇସ୍ତାଫା ପତ୍ର ଦେବା ପରେ ସିଧା ରାବିଡି ଦେବୀଙ୍କ ବାସଭବନରେ ପହଞ୍ଚିଥିଲେ ନୀତିଶ କୁମାର । ସେଠାରେ ସେ ଆରଜେଡି ନେତା ତେଜସ୍ବୀ ଯାଦାବଙ୍କ ସହ କିଛି ସମୟ ରୁଦ୍ଧଦ୍ବାର ବୈଠକ ମଧ୍ୟ କରିଥିଲେ । ତାର କିଛି ସମୟ ପରେ ସେ ଗଣମାଧ୍ୟମରେ ମହାଗଠବନ୍ଧନର ସମର୍ଥନ କଥା ସ୍ପଷ୍ଟ କରିଛନ୍ତି । ସେ 7 ଦଳର ମୋଟ 164 ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ଓ ଖୁବଶୀଘ୍ର ସରକାର ଗଠନ କରବା ନେଇ ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି । ଏପରି ସ୍ଥଳେ ବିଜେପି କେବଳ ନୀତିଶଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଚୁପ ରହିଛି । ଏସବୁ ମଧ୍ୟରେ ରାଜ୍ୟପାଳଙ୍କ ନିର୍ଣ୍ଣୟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 9, 2022, 7:45 PM IST

ABOUT THE AUTHOR

...view details