ପାଟନା: ମହାଗଠବନ୍ଧନ ସରକାରରେ ମନ୍ତ୍ରୀ ହେବା ପରଠୁ ବିବାଦରେ ରହିଥିବା ମନ୍ତ୍ରୀ କାର୍ତ୍ତିକେୟ ସିଂହ ଇସ୍ତଫା ଦେଇଛନ୍ତି(Bihar minister Kartik Kumar resigns ) । ଏକ ଅପହରଣ ମାମଲାରେ ଅଭିଯୁକ୍ତ ଥିବା କାର୍ତ୍ତିକେୟଙ୍କ ଠାରୁ ବୁଧବାର ଆଇନ ମନ୍ତ୍ରଣାଳୟ ଦାୟିତ୍ବ ଛଡାଇ ନିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ଆଖୁ ଓ ଶିଳ୍ପ ବିଭାଗର ଦାୟିତ୍ବ ପ୍ରଦାନ କରିଥିଲେ । ହେଲେ ବୁଧବାର ସନ୍ଧ୍ୟା ସମୟରେ କାର୍ତ୍ତିକେୟ ସିଂହ ମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଛନ୍ତି । ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ନିକଟଙ୍କୁ ପଠାଇଛନ୍ତି । ତେବେ ବିଭାଗ ଅଦଳବଦଳ ଯୋଗୁଁ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର(Chief Minister Nitish Kumar) କାର୍ତ୍ତିକେୟ ସିଂହଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଏବଂ ଏହାକୁ ରାଜ୍ୟପାଳ ଫଗୁ ଚୌହାନ( Governor Phagu Chauhan) ନିକଟକୁ ପଠାଇଛନ୍ତି । ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୀତିଶଙ୍କ ମନ୍ତ୍ରୀମଣ୍ଡଳରୁ ଏହା ପ୍ରଥମ ଇସ୍ତଫା ଅଟେ ।