ଓଡିଶା

odisha

ETV Bharat / bharat

ବିହାରରେ ଏକାଠି ହେବେ ବିରୋଧୀ, ଜୁନ 23ରେ ବଡ ବୈଠକ - patna opposition meet

ଆସନ୍ତା ଜୁନ 23 ତାରିଖରେ ବିଜେପି ବିରୋଧୀ ଦଳ ବିହାର ରାଜଧାନୀ ପାଟନାରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି । ବିପକ୍ଷ ଏକତା ବୈଠକ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଅଧିକ ପଢନ୍ତୁ

Anti BJP party meeting in Patna
ବିହାରରେ ଏକାଠି ହେବେ ବିରୋଧୀ

By

Published : Jun 19, 2023, 11:11 AM IST

ପାଟନା:2024 ନେଇ ବିହାରରେ ସଜବାଜ ଆରମ୍ଭ ହୋଇଗଲାଣି । ବିଜେପିକୁ ଚେକ ଦେବାକୁ ପ୍ରସ୍ତୁତି ଆରମ୍ଭ କଲେଣି ବିରୋଧୀ ଦଳ । ବଳ ଗୋଟାଇଲେଣି ବିରୋଧୀ । ବିହାରରେ ଏକାଠି ହେବାକୁ ଯାଉଛନ୍ତି ବିରୋଧୀ ଦଳ ନେତା । ବିରୋଧୀ ଦଳଙ୍କ ରଣନୀତିରେ ଚିତ ହେବ କି ବିଜେପି ? ଏ ନେଇ ପ୍ରସ୍ତୁତି ଜୋରସୋର ହୋଇଛି । ଆସନ୍ତା ଜୁନ 23 ତାରିଖରେ ବିଜେପି ବିରୋଧୀ ଦଳ ବିହାର ରାଜଧାନୀ ପାଟନାରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ଜୁନ 23 ତାରିଖରେ ହୋବକୁ ଥିବା ବିରୋଧୀ ଦଳ ବୈଠକକୁ ସଫଳ କରିବାକୁ ଦଳର ବରିଷ୍ଠ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିହାରରେ ବିପକ୍ଷ ଏକତା ବୈଠକ ନେଇ ପ୍ରସ୍ତୁତି ଜୋରଦାର ହୋଇଛି ।

ପାଟନାରେ ବିରୋଧୀ ଦଳ ବୈଠକ ପ୍ରଥମେ ମେ 19ରେ ହେବାର ଥିଲା । ସମୟ ବଦଳି ଜୁନ 12କୁ ରଖାଯାଇଥିଲା । ଦୁଇଦୁଇ ଥର ବୈଠକ ତାରିଖ ବଦଳିବା ପରେ ଶେଷରେ ଜୁନ 23 ତାରିଖରେ ବୈଠକ ହେବାକୁ ସ୍ଥିର ହୋଇଥିଲା । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ ବିରୋଧୀ ଦଳ ନେତା ମମତା ବାନାର୍ଜୀ, ଶରଦ ପାୱାର, ଉଦ୍ଧବ ଠାକରେ ଏବଂ ଏମକେ ଷ୍ଟାଲିନ ଯୋଗ ଦେବେ । ମୋଟ 17ରୁ ଅଧିକ ବିରୋଧୀ ଦଳ ନେତା ଏକାଠି ହେବେ ।

ବିଶେଷ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଉପରେ ନଜର ରହିବ । ବିରୋଧୀ ଦଳଙ୍କ ମେଣ୍ଟରେ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ରହିଛି ।

ରାଜନୈତିକ ସମୀକ୍ଷକ କହିଛନ୍ତି, ''ପାଟନାରେ ବିରୋଧୀ ଦଳ ବୈଠକ ପ୍ରଥମେ ମେ 19ରେ ହେବାର ଥିଲା ମାତ୍ର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବାରୁ ଏହା ହୋଇପାରିନଥିଲା । ଏହାକୁ ଜୁନ 12କୁ ରଖାଯାଇଥିଲା ମାତ୍ର ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ନେଇ ସ୍ଥଗିତ ରଖାଯାଇଥିଲା । 2024 ରଣନୀତି ପ୍ରସ୍ତୁତି ନେଇ ବିରୋଧୀ ଦଳ ବୈଠକୁ ଜୁନ 23କୁ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଏହା ବି ପଢନ୍ତୁ...2024ରେ କ୍ଷମତାକୁ ଆସିପାରେ UPA-3: କପିଲ ଶିବଲ

ଏହା ବି ପଢନ୍ତୁ...oppositions unity: ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କିଏ, ପ୍ରଶ୍ନ କଲେ ରବିଶଙ୍କର ପ୍ରସାଦ

ବୈଠକ ନେଇ ପାଟନା ସର୍କିଟ ହାଉସରେ ବ୍ୟବସ୍ଥା କରାଯାଇଛି । 2024 ବଡ ବ୍ୟାଟେଲ ପାଇଁ ଏହି ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି । ବିହାର ଅର୍ଥମନ୍ତ୍ରୀ ବିଜୟ କୁମାର ଚୈଧୁରୀ କହିଛନ୍ତି, ପ୍ରମୁଖ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ବିଜେପି ବିରୋଧରେ ମୁକାବିଲା ପାଇଁ ସହାୟକ ହେବ । ଯଦି ସମସ୍ତ ବିରୋଧୀ ଦଳ ନେତା ଏକାଠୀ ଲଢିବେ ତେବେ କେନ୍ଦ୍ରରୁ ବିଜେପିକୁ ହଟାଇବା ଅସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତ ପ୍ରୟାସ କରିଛନ୍ତି । ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଅଛୁ । ବିରୋଧୀ ଦଳଙ୍କ ଏକତା ସଫଳତା ଆଣିବ ।''

ଗୃହ ନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି, ଗତ ବର୍ଷ ନୀତିଶ କୁମାର ଏନଡିଏ ଛାଡିଥିଲେ । ଗ୍ରାଣ୍ଡ ଆଲିଏନ୍ସରେ ଯୋଗ ଦେଇ ସରକାର ଗଠନ କରିଥିଲେ । ସେବେଠୁ ସେ ବିଜେପି ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି । ବିରୋଧୀ ଦଳ ଓ କଂଗ୍ରେସ ମଧ୍ୟରେ ଏକତା ରହିବା ଦରକାର । ଏହା ନୀତିଶ କୁମାରଙ୍କ ପ୍ରୟାସ ।''

ABOUT THE AUTHOR

...view details