ଓଡିଶା

odisha

Bihar: ଦେଶୀ ବନ୍ଧୁକ କାରଖାନା ଠାବ, 9 ଗିରଫ

By ETV Bharat Odisha Team

Published : Aug 26, 2023, 10:26 PM IST

ବେଗୁସରାଇରେ ଦେଶୀ ବନ୍ଧୁକ କାରଖାନା ଠାବ । 3 ମହିଳାଙ୍କ ସହ 9 ଗିରଫ । ବନ୍ଧୁକ ଓ ମରାଣାସ୍ତ୍ର ପ୍ରସ୍ତୁତି ସାମଗ୍ରୀ ଜବତ । ଅଧିକ ପଢନ୍ତୁ

Bihar: ଦେଶୀ ବନ୍ଧୁକ କାରଖାନା ଠାବ, 9 ଗିରଫ
Bihar: ଦେଶୀ ବନ୍ଧୁକ କାରଖାନା ଠାବ, 9 ଗିରଫ

ପାଟନା: ବିହାର ବେଗୁସରାଇରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛି ପୋଲିସ । ଘଟଣାରେ 9 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ 3 ମହିଳା ମଧ୍ୟ ରହିଛନ୍ତି । ବନ୍ଧୁକ ତିଆରି କରିବା ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ଦଲାଲଙ୍କ ମାଧ୍ୟମରେ ଏହି ଗ୍ୟାଙ୍ଗ ଯୋଇବାରେ ଲାଗିଥିଲା । ପୋଲିସ ଏ ସମ୍ପର୍କରେ ସୂଚନା ପାଇଥିଲା । ଆଜି ସକାଳେ ସ୍ଥାନୀୟ ବେଗୁସରାଇ ପୋଲିସ ଓ ଏସଟିଏଫ ଏହି କାରଖାନା ଉପରେ ଅତର୍କିତ ରେଡ କରିଥିଲେ । କିଛି ବନ୍ଧୁକ ମାଫିଆ ଫେରାର ହୋଇଯାଇଥିବା ବେଳେ 9 ଜଣଙ୍କୁ ପୋଲିସ ଗିରଫ କରିଛି । ସେହିପରି ପ୍ରସ୍ତୁତ ହୋଇ ବିକ୍ରି ଉଦ୍ଦେଶ୍ୟରେ ଥିବା ବନ୍ଧୁକ ଓ ପ୍ରସ୍ତୁତି ସାମଗ୍ରୀ ଆଦିକୁ ମଧ୍ୟ ଜବତ କରାଯାଇଛି ।

ବେଗୁସରାଇ ଏସପି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବେଗୁସରାଇର ପଚପନ ଟୋଲା ଗ୍ରାମରେ ଏହି ଦେଶୀ ବନ୍ଧୁକ କାରଖାନା ଚାଲିଥିଲା । ଦୁଇ ମୁଖ୍ୟ ଅଭିଯୁକ୍ତ ଠିକା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସେମାନେ ରାଜକୁମାର ଚୌଧୁରୀ ଓ ଅଜୟ କୁମାର ଚୌଧୁରୀ ଭାବେ ଚିହ୍ନଟ ହୋଇଛନ୍ତି । ସେମାନେ ହିଁ ଏହି କାରଖାନା ଖୋଲିଥିଲା ବେଳେ ଅନ୍ୟମାନେ ଏଥିରେ କାର୍ଯ୍ୟ କରିବା ସହ ବିକ୍ରି କରିବା ଓ ଦଲାଲଙ୍କ ସାହାଯ୍ୟରେ ଅନ୍ୟତ୍ର ଚାଲାଣ କରୁଥିଲେ । ଏମାନେ ରାଜ୍ୟର ବିଭିନ୍ନ ସ୍ଥାନ ସାଙ୍ଗକୁ ପଡୋଶୀ ରାଜ୍ୟକୁ ମଧ୍ୟ ଦେଶୀ ବନ୍ଧୁକ ଯୋଗାଉଥିଲେ । ଏ ସମ୍ପର୍କରେ ପୋଲିସ ନିକଟରେ ସୂଚନା ପହଞ୍ଚିଥିଲା । ପୋଲିସ ଓ ଏସଟିଏଫ ମିଳିତ ଟିମ କରି ଆଜି ସକାଳୁ ହଠାତ କାରଖାନା ଉପରେ ଚଢଉ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Bihar: କୋର୍ଟ ପରିସରରେ ଗୁଳିମାଡ, ଦୁଇ ବିଚାରାଧୀନ କଏଦୀ ଆହତ

ଏହି ଚଢାଉରେ ମୋଟ 12 ଟି ଅଧା ପ୍ରସ୍ତୁତ ହୋଇଥିବା ପିସ୍ତଲ, 24ଟି ବ୍ୟାରେଲ, ଗନ ପାଉଡର, ଡ୍ରିଲ ମେସିନ, 6ଟି ବାଇକ ଓ 18 ହଜାର ନଗଦ ଟଙ୍କା ଜବତ କରାଯାଇଛି । 3 ମହିଳାଙ୍କ ସମେତ ମୋଟ 9 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଜେରା ଜାରି ରହିଛି । ଏମାନେ କେବେଠାରୁ ଏହି ବନ୍ଧୁକ ତିଆରି କରିବାରେ ଲାଗିଥିଲେ ଓ ଏହି ଚୋରା ଦେଶୀ ବନ୍ଧୁକ ଚେର କେତେ ବାଟ ଲମ୍ବିଛି, ସେନେଇ ପୋଲିସ ଖୋଳତାଢ ଜାରି ରଖିଛି । ତେଣୁ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details