ଓଡିଶା

odisha

କୋରୋନାରେ ପ୍ରାଣ ହରାଇଲେ ବିହାର ସରକାରଙ୍କ ମୁଖ୍ୟ ସଚିବ

By

Published : Apr 30, 2021, 3:20 PM IST

ବିହାର ସରକାରଙ୍କ ମୁଖ୍ୟ ସଚିବ ଅରୁଣ କୁମାର ସିଂହଙ୍କ ପରଲୋକ ଘଟିଛି । ଅରୁଣ କୋରୋନାରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଜାରି ରହିଥିଲା । ଅଧିକ ପଢନ୍ତୁ...

କୋରୋନାରେ ପ୍ରାଣ ହରାଇଲେ ବିହାର ସରକାରଙ୍କ ମୁଖ୍ୟ ସଚିବ
କୋରୋନାରେ ପ୍ରାଣ ହରାଇଲେ ବିହାର ସରକାରଙ୍କ ମୁଖ୍ୟ ସଚିବ

ପାଟନା: ମହାମାରୀ କୋରୋନାର ସଂକ୍ରମଣ ବଢିଚାଲି ଥିବାବେଳେ ଥମୁନି ମୃତ୍ୟୁର ତାଣ୍ଡବ । ଏବେ ବିହାର ସରକାରଙ୍କ ମୁଖ୍ୟ ସଚିବ ଅରୁଣ କୁମାର ସିଂହଙ୍କ ପରଲୋକ ଘଟିଛି । ଅରୁଣ କୋରୋନାରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଜାରି ରହିଥିଲା ।

ଅରୁଣ କୁମାର ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିଂହ । ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗରେ ଅତିରିକ୍ତ ସଚିବ ରବି ଶଙ୍କର ଚୌଧୁରୀଙ୍କ କୋରୋନାରେ ଦେହାନ୍ତ ହୋଇଥିଲା ।

1985 ବ୍ୟାଚ ଆଇଏଏସ ଅଧିକାରୀ ଅରୁଣ କୁମାର ସିଂହ ମୁଖ୍ୟ ସଚିବ ପୂର୍ବରୁ ବିହାର ବିକାଶ ଆୟୁକ୍ତ ଥିଲେ । ଚଳିତ ବର୍ଷ ତାଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ସୂଚନା ଅନୁଯାୟୀ 15 ଏପ୍ରିଲରେ ଅରୁଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ତାଙ୍କୁ ପାଟନାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହିଠାରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ABOUT THE AUTHOR

...view details