ପାଟନା:ଠକେଇରେ ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲେନି । ଦିବ୍ୟାଙ୍ଗଙ୍କ ନାମରେ କୌଣସି ବିଦ୍ୟୁତ ମିଟର ସଂଯୋଗ ନାହିଁ, ହେଲେ ଆସିଛି 10ହଜାର ଟଙ୍କାର ବିଦ୍ୟୁତ ବିଲ। ପିଡ଼ୀତ ଦିବ୍ୟାଙ୍ଗ ଜଣେ ବିପିଏଲ କାର୍ଡଧାରୀ। ତେବେ ଦିବ୍ୟାଙ୍ଗ ଜଣକ ନିଜ ଅସୁବିଧା ବିସୟରେ ବାରମ୍ବାର ବିଦ୍ୟୁତ ବିଭାଗକୁ ଜଣାଇବା ପରେ ମଧ୍ୟ କେହି ଅଭିଯୋଗ ଶୁଣିବାକୁ ନାରାଜ। ଏଭଳି ଏକ ଘଟଣା ଘଟିଛି ବିହାରର ଜମୁଇ ଅଞ୍ଚଳରେ।
ସୂଚନା ଅନୁସାରେ, ବିହାର ଜମୁଇ ଜିଲ୍ଲା ଖୈରା ବ୍ଲକ ଚିହୁଟିୟା ଗାଁରେ ରହୁଥିବା ବିଳାସ ରଜକ ଜଣେ ଦିବ୍ୟାଙ୍ଗ । ତାଙ୍କ କହିବା ଅନୁସାରେ, "କିଛିଦିନ ପୂର୍ବରୁ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ତାଙ୍କ ଗାଁକୁ ଆସିଥିଲେ । ସେମାନେ ତାଙ୍କ ଲାଲ ବିପିଏଲ କାର୍ଡ ନେଇ ଏକ ବିଦ୍ୟୁତ ସଂଯୋଗ ମିଟର ଦେଇଥିଲେ କିନ୍ତୁ ଏହାକୁ ଲଗାଇ ନଥିଲେ । ତେବେ ଏହାର କିଛିଦିନ ପରେ କର୍ମଚାରୀମାନେ ପୁଣି ଆସି ସେହି ମିଟରକୁ ନେଇଯାଇଥିଲେ । ଏବେ ଏକ ବର୍ଷ ପରେ 10ହଜାର ଟଙ୍କାର କରେଣ୍ଟ ବିଲ୍ ଆସିଛି ।"
ଏହା ମଧ୍ୟ ପଢ଼ନ୍ତୁ....ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା
ତେବେ ଦିବ୍ୟାଙ୍ଗ ଜଣଙ୍ଗ ଏହା ମଧ୍ୟ କହିଛନ୍ତି, "ମୋ ଘରର ଆର୍ଥିକ ସ୍ଥିତି ବହୁତ ଖରାପ। ବାପାଙ୍କର ମାନସିନକ ସ୍ଥିତି ଠିକ୍ ନାହିଁ । ମୁଁ ନିଜେ ଚଲାବୁଲା କରିବାକୁ ଅସମର୍ଥ ସତ୍ତ୍ୱେ ମଧ୍ୟ କାମ କରିବାକୁ ଚେଷ୍ଟା କରେ । ମୁଁ ଏବଂ ମୋ ମାଆ ଶ୍ରମିକ ଭବରେ କାମ କରୁ । ଏଭଳି ପରିସ୍ଥିତିରେ 10ହଜାର ଟଙ୍କା କେଉଁଠୁ ଆଣିବୁ ।" ତେବେ ବିଳାସ ଏହା ମଧ୍ୟ କହିଛନ୍ତି ଯେ ଏହି କାରଣ ପାଇଁ ପ୍ରତିଦିନ ବିଜୁଳି ବିଭାଗକୁ ଦୌଡିବାକୁ ପଡୁଛି । ଘରଠାରୁ 15 କିମି ଦୂରରେ ଥିବା ବିଦ୍ୟୁତ ଅଫିସକୁ ପ୍ରତିଦିନ ଯିବା ଫଳରେ ପରିବାରର ଖର୍ଚ୍ଚ ପାଇଁ ରୋଜଗାର କରିହେଉ ନାହିଁ । ତେବେ ସେ ନିଜ ଅସୁବିଧାର ସମାଧାନ ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି, ହେଲେ ତାଙ୍କ କଥା କେହି ଶୁଣୁ ନାହାଁନ୍ତି । ଏହା ସହ ସେଠାରେ କିଛି କର୍ମଚାରୀ କହୁଛନ୍ତି, ଯଦି ବିଦ୍ୟୁତ ବିଲ ଆସିଛି ତେବେ ଏହାକୁ ନିଶ୍ଚିନ୍ତ ଦେବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଯେ, ଯଦି ଘରେ ମିଟର ନାହିଁ ତେବେ ବିଲ ଆସିଲା କେମିତି ? କିଏ ସେହି ଲୋକ ଯିଏ ବିଳାସଙ୍କ ଘରକୁ ଆସି ମିଟର ଦେଇଥିଲେ ଏବଂ କିଛିଦିନ ପରେ ସେହି ମିଟରକୁ ନେଇଗଲେ ? ଯଦି ଘରେ ମାଆଙ୍କ ନାମରେ ବିଦ୍ୟୁତ ସଂଯୋଗ ଅଛି ତେବେ ପୁଅଙ୍କ ନାମରେ କାହିଁକି ବିଦ୍ୟୁତ ସଂଯୋଗ ଦିଆଗଲା ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ