ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ; ଜିତ୍ ଓ ହାର ଦେଖିଥିବା କିଛି ହେଭିୱେଟ - ବିହାର ବିଧାନସଭା ନିର୍ବାଚନ ରେଜଲ୍ଟ

ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରି ଏନଡିଏ ପୁଣି ଥରେ ସରକାର ଗଠନ କରିବ । ଚଳିତ ନିର୍ବାଚନରେ ନୀତିଶ କୁମାରଙ୍କ ସହ ତେଜସ୍ବୀ ଯାଦବ କଡ୍ଡା ଟକ୍କର ରାଜନୈତିକ ଇତିହାସରେ ସ୍ମରଣୀୟ ହୋଇରହିବ । ସେହିପରି ଏଥିର କିଛି ହେଭିୱେଟ ଜିତିଥିବା ସହ ଅନେକ ପରାଜୟ ହୋଇଛନ୍ତି ।

ପରାଜୟ ଦେଖିଥିବା କିଛି ହେଭିୱେଟ ନେତା
ପରାଜୟ ଦେଖିଥିବା କିଛି ହେଭିୱେଟ ନେତା

By

Published : Nov 11, 2020, 10:31 AM IST

ପାଟନା: ବିହାର ବିଧାନସଭା ନିର୍ବାଚନରେ ପୁଣି ମୋଦି ମ୍ୟାଜିକ । ମହାମେଣ୍ଟ ସହ ଜୋରଦାର ଟକ୍କର ସତ୍ତ୍ବେ ଏନଡିଏ ବିଜୟ । ନିଜ ଦଳକୁ କ୍ଷମତାକୁ ଆଣିବାକୁ ହେଭିୱେଟଙ୍କ ଘନ ଘନ ରାଲି, ଜନସଭା ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ, ନୀତିଶ କୁମାର, ତେଜସ୍ବୀ ଯାଦବ ଓ ରାହୁଲ ଗାନ୍ଧୀ ସମସ୍ତେ ପ୍ରଚାର ମୈଦାନରେ ବିହାର ବିକାଶ କଥା ଉଠାଇ ଭୋଟ ଭିକ୍ଷା କରିଥିଲେ । ମହାମେଣ୍ଟକୁ ପିଏମ ଟାର୍ଗେଟ କରି ତେଜସ୍ବୀ ଯାଦବଙ୍କ ପରିବାରର ଦୁର୍ନୀତି ଓ ଲାଲୁ ପ୍ରସାଦଙ୍କ କାର୍ଯ୍ୟକଳାପକୁ ‘ଜଙ୍ଗଲ ରାଜ’ବୋଲି କହିଥିଲେ । ପରିଶେଷରେ ବିହାରବାସୀଙ୍କ ସ୍ପଷ୍ଟ ବହୁମତ ଏନଡିଏକୁ ଯାଇଛି ।

ପ୍ଲୁରାଲ୍ସ ପାର୍ଟି ଏବଂ ଚାରାଗ ପାଶୱାନଙ୍କ ଏଲଜେପି ଅପମାନଜନକ ପରାଜୟର ସାମ୍ନା କରିଛନ୍ତି । ଏଆଇଏମଆଇଏମ 5ଟି ଆସନରେ ବିଜୟ ହୋଇଥିବାବେଳେ, ବାମ ଦଳ 16ଟି ଆସନ ପାଇଛି । ମହାମେଣ୍ଟ କ୍ଷମତା ଠାରୁ ଅଳ୍ପକେ ପଛରେ ପଡିଯାଇଥିବାବେଳେ, ଏଆଇଏମଆଇଏମ ସମର୍ଥନ କରିବାର ସମ୍ଭବନା ଦେଖାଦେଇଛି ।

ନିର୍ବାଚନରେ ବୃହତ ବିଜୟ ପରେ ନୂଆ ବିହାରର ଚିତ୍ର ସାମ୍ନାକୁ ଆସିଛି

ତେଜସ୍ବୀ ଯାଦବ

ଚଳିତ ନିର୍ବାଚନରେ ପୁଣି ଥରେ ସର୍ବବୃହତ ଦଳ ଭାବେ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ଉଭା ହୋଇଛି । 75ଟି ଆସନ ନିଜ ନାଁରେ କରିଛି । ବିଜେପିର ସତୀଶ କୁମାର 37 ହଜାର ଭୋଟ ସହ ତେଜସ୍ବୀଙ୍କ ଠାରୁ ପରାସ୍ତ ହୋଇଛନ୍ତି ରାଘୋପୁରରୁ ତେଜସ୍ବୀ 96 ହଜାର 786 ଭୋଟ ବିଜୟ ହୋଇଛନ୍ତି ।

ଅନନ୍ତ ସିଂ

ରଘୋପୁର ପରେ ମଖମା ଆସନରେ ଆରଜେଡି ଜନ ସମର୍ଥନ ପାଇଛି । 38 ହଜାର ଭୋଟରେ ଆରଜେଡିର ଆନନ୍ତ ସିଂ ଜିତିଛନ୍ତି ।

ତେଜ ପ୍ରତାପ

ହାସନପୁରରୁ ଜିତିଛନ୍ତି ତେଜ ପ୍ରତାପ । ଲାଲୁ ପ୍ରସାଦଙ୍କ ବଡ ତେଜ ପ୍ରତାପ ସମସ୍ତିପୁର ଜିଲ୍ଲାର ହାସନପୁର ଆସନରୁ ନିର୍ବାଚିତ ହୋଇଛନ୍ତି । ତେଜ ପ୍ରତାପଙ୍କୁ 80,822 ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦିଙ୍କୁ 20 ହଜାର ଭୋଟ ମିଳିଛି । ତେଜ ପ୍ରତାପ ଯିଏ ମହୁଆର ବିଧାୟକ ଥିଲେ ସେ ଏଥର ନିର୍ବାଚନମଣ୍ଡଳୀକୁ ହାସନପୁରରେ ବଦଳାଇ ଥିଲେ । ହାସନପୁର ନିର୍ବାଚନମଣ୍ଡଳୀରେ ଯାଦବ ଏବଂ ମୁସଲମାନ ସଂଖ୍ୟା ଗରିଷ୍ଠତା ରହିଛି ।

ଶ୍ରାବଣ କୁମାର

ନୀତିଶ କୁମାର ସରକାରର ସଂସଦୀୟ ବ୍ୟାପାର ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବା ଶ୍ରାବଣ କୁମାର ନିର୍ବାଚିତ ହୋଇଛନ୍ତି । ନାଳନ୍ଦା ସିଟରୁ 65 ହଜାର 656 ଭୋଟରେ ଜିତିଛନ୍ତି ।

ନନ୍ଦ କିଶୋର ଯାଦବ

ବିଜେପି ତଥା ନୀତିଶ କ୍ୟାବିନେଟର ନନ୍ଦ କିଶୋର ଯାଦବ ପାଟନା ସାହିବରୁ ନିର୍ବାଚିତ ହୋଇଛନ୍ତି । ସେ ପାଟନା ସାହେବରେ କଂଗ୍ରେସର ପାଭିନ କୁଶୱାଙ୍କଠାରୁ 97,582 ଭୋଟ ପାଇଥିଲେ । 1995 ମସିହାରୁ ନନ୍ଦ କିଶୋର ଯାଦବ ରାଜ୍ୟ ବିଜେପିର ପ୍ରତିନିଧିତ୍ବ କରି ଆସୁଛନ୍ତି ।

ରିତୁଲାଲ ରାୟ ଯାଦବ

ଆରଜେଡିର ରିତୁଲାଲ ଯାଦବ ବିଜେପି ର ଆଶା ଦେବୀଙ୍କ ବିରୋଧରେ ନିର୍ବାଚନରେ ଜିତି ହାସଲ କରିଛନ୍ତି । 13 ହଜାର ଭୋଟରେ ସେ ଆଶା ଦେବୀଙ୍କୁ ପରାଜୟ କରିଛନ୍ତି । ଯାଦବଙ୍କୁ 89 ହଜାର 725 ଭୋଟ ମିଳିଥିଲା ।

କୁମାରୀ ମଞ୍ଜୁ ଶର୍ମା

ନୀତିଶ କୁମାର ସରକାରଙ୍କ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା ବେଗୁସରାଇର ଚେରିଆ ବାରିପୁର ଆସନରୁ ନିର୍ବାଚିତ ହୋଇଛନ୍ତି । ଆରଜେଡିର ରାଜବଂଶି ମହାତୋଙ୍କ ଠାରୁ 27 ହଜାର 641 ଭୋଟରେ ଆଗରେ ରହିଛନ୍ତି । ମଞ୍ଜୁ ବର୍ମା ବେଗୁସରାଇର 2 ଥର ବିଧାୟକ ରହିଥିଲେ ।

ନିର୍ବାଚନରେ ପରାଜୟ ସାମ୍ନା କରିଥିବା ହେଭିୱେଟ

ବିହାର ବିଧାନସଭାରେ ନିର୍ବାଚନରେ ପରାଜୟ ହୋଇ ଲାଇମ ଲାଇଟକୁ ଆସିଛନ୍ତି ଏହି ହେଭିୱେଟ

ପୁଷ୍ପମ ପ୍ରିୟା ଚୈଧୁରୀ

ପୁଷ୍ପମଙ୍କୁ କେବଳ 1500 ଭୋଟ୍‌ ମିଳିଛି । ଏହାସହ ସେ ବିସ୍ଫି ସିଟ୍‌ରୁ ମଧ୍ୟ ପ୍ରାର୍ଥୀ ରହିଥିଲେ । ତେବେ ଏଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏହି ଆସନରେ ପୁଷ୍ପମ ନୋଟାରୁ ଅଢେଇଗୁଣ କମ ଭୋଟ ପାଇଛନ୍ତି ।

ଶତ୍ରୁଘ୍ନ ସିହ୍ନାଙ୍କ ପୁଅ

ବଲିଉଡରେ ବେଶ ନାଁ କମେଇଥିବା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା ଚଳିତ ନିର୍ବାଚନ ହାରିଯାଇଛନ୍ତି । କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ସେ ହାରିଛନ୍ତି । ଲବ ବାଙ୍ଗିପୁର ଆସନରୁ ନିର୍ବାଚନ ଲଢିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details