ଓଡିଶା

odisha

ETV Bharat / bharat

ବିହାରରେ ବିଜୟ ମୁହାଁ NDA, ପରାଜୟ ପୂର୍ବରୁ ଇଭିଏମ ଉପରେ ଦୋଷ ଲଦିଲେ ବିରୋଧୀ - ବିହାର ମତ ଗଣନା

ବିହାର ବିଧାନସଭା ନର୍ବାଚନ ମତ ଗଣନା ଟ୍ରେଣ୍ଡ୍‌ରେ ବିଜେପିର ବାଜି ପଲଟିବା ଦେଖି ଏବେ ଇଭିଏମ ଉପରେ ଆଙ୍ଗୁଳି ଉଠାଇଛନ୍ତି ବିପକ୍ଷ । କଂଗ୍ରେସ ନେତା ଉଦିତ ରାଜ ଟ୍ବିଟ କରି ଇଭିଏମ ଉପରେ ସମସ୍ତ ଦୋଷ ଲଦିଦେଇଛନ୍ତି । ଅଧିକ ପଢନ୍ତୁ...

ବିହାରରେ ବିଜୟ ମୁହେଁ NDA, ପରାଜୟ ପୂର୍ବପୁ ଇଭିଏମ ଉପରେ ଦୋଷ ଲଦିଲେ ବିରୋଧି
ବିହାରରେ ବିଜୟ ମୁହେଁ NDA, ପରାଜୟ ପୂର୍ବପୁ ଇଭିଏମ ଉପରେ ଦୋଷ ଲଦିଲେ ବିରୋଧି

By

Published : Nov 10, 2020, 4:37 PM IST

ପାଟନା: ବିହାର ବିଧାନସଭା ନିର୍ବାଚନର ମତଗଣନା ଜାରି ରହିଥିବା ବେଳେ କ୍ରମାଗତ ପଛରେ ଚାଲିଛି ମହାମେଣ୍ଟ । ଟ୍ରେଣ୍ଡ୍‌ରେ ବିଜେପିର ବାଜି ପଲଟିବା ଦେଖି ଏବେ ଇଭିଏମ ଉପରେ ଆଙ୍ଗୁଳି ଉଠାଇଛନ୍ତି ବିପକ୍ଷ । କଂଗ୍ରେସ ନେତା ଉଦିତ ରାଜ ଟ୍ବିଟ କରି ଇଭିଏମ ଉପରେ ସମସ୍ତ ଦୋଷ ଲଦିଦେଇଛନ୍ତି ।

ବିହାରରେ ବିଜୟ ମୁହେଁ NDA, ପରାଜୟ ପୂର୍ବପୁ ଇଭିଏମ ଉପରେ ଦୋଷ ଲଦିଲେ ବିରୋଧି

ଉଦିତ ରାଜ ଟ୍ବିଟ କରି କହିଛନ୍ତି ଯେ ଯଦି ଆମେରିକାରେ ଇଭିଏମ ଜରିଆରେ ନିର୍ବାଚନ ହୋଇଥାନ୍ତା ତେବେ ଟ୍ରମ୍ପ ହାରିଥାନ୍ତେ କି? ଇଭିଏମଗୁଡିକ ହ୍ୟାକ ହୋଇଥିବା ଅଭିଯୋଗ କରିଛନ୍ତି ଉଦିତ । ତେବେ କଂଗ୍ରେସ ନେତାଙ୍କ ପୂର୍ବରୁ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିହାରରେ ଏକ ନିର୍ବାଚନ ରାଲିରେ ଇଭିଏମକୁ ଏମଭିଏମ ଅର୍ଥାତ ମୋଦି ଭୋଟିଂ ମେସିନ ସହ ତୁଳନା କରିଥିଲେ ।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ କହିଛନ୍ତି, ଇଭିଏମଗୁଡିକ ଟ୍ୟାମ୍ପର-ପ୍ରୁଫ ନୁହେଁ । ଏହାକୁ ହ୍ୟାକ କରାଯାଇପାରେ | ଏପରି ଆସନ ଅଛି ଯେଉଁଥିରେ ଆମେ କୌଣସି ପରିସ୍ଥିତିରେ ହାରିବା ସମ୍ଭବ ନୁହେଁ | ବୁଧବାର ଏକ ବୈଠକ କରି ଫଳାଫଳର ସମୀକ୍ଷା କରିବୁ ବୋଲି କହିଛନ୍ତି ଦିଗବିଜୟ ।

କେବଳ କଂଗ୍ରେସ ନୁହେଁ ବିହାର ଜନ ଅଧିକାର ପାର୍ଟି ଅଧ୍ୟକ୍ଷ ପପୁ ଯାଦବ ମଧ୍ୟ ଇଭିଏମର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ନିଜ ପରାଜୟ ନେଇ ଇଭିଏମକୁ ଦାୟୀ କରିଛନ୍ତି ପପୁ । ସେ କହିଛନ୍ତି ଯେ ଇଭିଏମ ଜରିଆରେ ନିର୍ବାଚନ ହେବା ଉଚିତ ନୁହେଁ ।

ବିହାର ନିର୍ବାଚନ ମତଗଣନାର ପ୍ରାଥମିକ ଟ୍ରେଣ୍ଡିଂରେ ପଛରେ ଥିବା ଏନଡିଏ ଏବେ ବହୁମତର ମେଜିକ ମାର୍କ ପାର କରିସାରିଛି । 243 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏନଡିଏ 129ଟି ଆସନରେ ଆଗୁଆ ଥିବା ବେଳେ 103 ଆସନରେ ଲିଡ କରୁଛି ମହାମେଣ୍ଟ ।

ABOUT THE AUTHOR

...view details