ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ, ଜଣେ ମୃତ

ବିହାର ନିର୍ବାଚନରେ ଗୁଳିକାଣ୍ଡ । ମତଦାନ ବେଳେ କୁଖ୍ୟାତ ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକ ପରିବାର ପକ୍ଷରୁ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପରିବାରକୁ ହତ୍ୟାକାଣ୍ଡ ପାଇଁ ଦ୍ବାୟୀ କରାଯାଇଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନରେ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ, ଜଣେ ମୃତ
ବିହାର ନିର୍ବାଚନରେ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ, ଜଣେ ମୃତ

By

Published : Nov 7, 2020, 5:44 PM IST

ପାଟନା: ବିହାର ନିର୍ବାଚନରେ ଗୁଳିକାଣ୍ଡ । ବିହାର ନିର୍ବାଚନରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରି ରହିଛି । କେତେକ ସ୍ଥାନରେ ହିଂସା ମଧ୍ୟ ସୃଷ୍ଟି ହୋଇଛି ।

ବିହାରର ପୁର୍ଣ୍ଣିଆ ଜିଲ୍ଲାର ଧମଦାହା ଅଞ୍ଚଳରେ ଏକ ବଡ ଅଘଟଣ ଘଟିଛି । ଏଠାରେ କୁଖ୍ୟାତ ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୂଚନାଥାଉକି ଏହି ଘଟଣା ବିହାରର ଏକ ମତଦାନ କେନ୍ଦ୍ର ନିକଟରେ ଘଟିଛି । ଭୋଟଦେବାକୁ ଯିବାବେଳେ ବେନି ସିଂ ଙ୍କୁ ଏକେ 47 ବନ୍ଧୁକରୁ ଆଖିବୁଜା ଗୁଳିମାଡ କରି ହତ୍ୟା କରାଯାଇଛି । ଏହି ଘଟଣାପରେ ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି । ଏହି ଘଟଣାକୁ ନେଇ ମୃତକ ପରିବାର ପକ୍ଷରୁ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପରିବାରକୁ ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଇଛି ।

ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ 15 ଜିଲ୍ଲାର 78 ଆସନରେ ଭୋଟ ଗ୍ରହଣ କରାଯାଉଛି । ଅପରାହ୍ନ 3 ଟା ପର୍ଯ୍ୟନ୍ତ 45 ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆସନ୍ତା 10 ତାରିଖରେ ଭୋଟ ଫଳାଫଳ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details