ଓଡିଶା

odisha

ETV Bharat / bharat

ବିହାରର ଶିକ୍ଷମନ୍ତ୍ରୀ ପଦରୁ ମେୱାଲାଲ ଚୌଧୁରୀଙ୍କ ଇସ୍ତଫା - ବିହାର

ବିହାରର ଶିକ୍ଷମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେୱାଲାଲ ଚୌଧୁରୀ । ସବୌର କୃଷି ବିଶ୍ବବିଦ୍ୟାଳୟରେ ଅନୈତିକ ଉପାୟରେ ମେୱାଲାଲ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

ବିହାରର ଶିକ୍ଷମନ୍ତ୍ରୀ ପଦରୁ ମେୱାଲାଲ ଚୌଧୁରୀଙ୍କ ଇସ୍ତଫା
ବିହାରର ଶିକ୍ଷମନ୍ତ୍ରୀ ପଦରୁ ମେୱାଲାଲ ଚୌଧୁରୀଙ୍କ ଇସ୍ତଫା

By

Published : Nov 19, 2020, 6:48 PM IST

ପାଟନା: ବିହାରର ଶିକ୍ଷମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମେୱାଲାଲ ଚୌଧୁରୀ । ଶପଥ ନେବାର ମାତ୍ର 71 ଘଣ୍ଟା ପରେ ସେ ଇସ୍ତଫା ଦେଇଛନ୍ତି । ମେୱାଲାଲ ଚୌଧୁରୀଙ୍କ ଉପରେ ଭାଗଲପୁର ସବୌର କୃଷି ବିଶ୍ବବିଦ୍ୟାଳୟରେ ଅନୈତିକ ଉପାୟରେ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗତ ଦୁଇ ଦିନ ହେଲା ବିହାର ରାଜନୀତି ସରଗରମ ରହିଥିଲା । ଏଭଳି ଅଭିଯୋଗ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଶିକ୍ଷାମନ୍ତ୍ରୀ ପଦ କିଭଳି ଦିଆଯାଇଛି ବୋଲି ଶାସକ ଜେଡିୟୁକୁ ପ୍ରଶ୍ନ କରିଥିଲା ଆରଜେଡି।

ଶିକ୍ଷାମନ୍ତ୍ରୀ ପଦକୁ ନେଇ ବିହାରରେ ନାନା ହଙ୍ଗାମା ପରେ ଆଜି(ଗୁରୁବାର) ଶିକ୍ଷା ବିଭାଗ ଭାର ସମ୍ଭାଳିଥିଲେ ମେୱାଲାଲ ଚୌଧୁରୀ । ତେବେ ଭାର ସମ୍ଭାଳିବାର 3 ଘଣ୍ଟା ପରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଥିଲା । ମେୱାଲାଲ ଦୁର୍ନୀତିଗ୍ରସ୍ତ ରହିଥିବା ଅଭିଯୋଗରେ ନୀତିଶଙ୍କୁ ଲଗାତାର ଦୁଇଦିନ ହେଲା ଟାର୍ଗେଟ କରି ଚାଲିଥିଲେ ତେଜସ୍ବୀ ୟାଦବ।

ସେପଟେ ଏହାକୁ ନେଇ ମେୱାଲାଲ ଚୌଧୁରୀ କହିଛନ୍ତି ଯେ, "ଷଡ଼ଯନ୍ତ୍ର କରି ମୋ ବିରୋଧରେ ଅଭିଯୋଗ ଅଣାଯାଉଛି । ଏହି ସବୁ ଅଭିଯୋଗର କୌଣସି ଆଧାର ନାହିଁ । ନୈତିକତା ଦୃଷ୍ଟିରୁ ମୁଁ ମୋ ପଦବୀରୁ ଇସ୍ତଫା ଦେଉଛି।। ଏଭଳି ବ୍ୟକ୍ତି ଯିଏ ନିଜେ ଅନେକ ଅଭିଯୋଗରେ ଅପରାଧୀ ହୋଇ ରହିଛନ୍ତି, ସେ ମୋ ବିରୋଧରେ ଅଭିଯୋଗ କରିବା କେତେ ଦୂର ଯାଥାର୍ଥ ତାହା ମୁଁ ବୁଝିପାରୁନାହିଁ।"

2017 ମସିହାରେ ମେୱାଲାଲ ଚୌଧୁରୀ ଭାଗଲପୁର ସବୌର କୃଷି ବିଦ୍ୟାଳୟର କୁଳପତି ଦାୟିତ୍ବରେ ରହିଥିଲେ। ଏହି ସମୟରେ ବିଶ୍ବବିଦ୍ୟାଳୟରେ ଅନୈତିକ ଉପାୟରେ 161 ଜଣ ସହାୟକ ପ୍ରଫେସରଙ୍କୁ ନଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିହାରର ତତ୍କଳାଳୀନ ବିରୋଧି ଦଳ ବିଜେପି ବିରୋଧ କରିଥିଲା । ଏହାପରେ ତାଙ୍କୁ କୂଳପତି ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହାସହ ତତ୍କକାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ ମେୱାଲାଲଙ୍କ ବିରୋଧରେ ତଦନ୍ତ କରିବାକୁ ଆଦେଶ ଦେଇଥିଲେ। ତଦନ୍ତ ବେଳେ ମେୱାଲାଲ ଘଟଣାରେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲେ । ଏହାସହ ସବୌର କୃଷି ବଦ୍ୟାଳୟର ଏକ କୋଠରୀ ନିର୍ମାଣରେ ମଧ୍ୟ ସେ ଦୁର୍ନିତି କରିଥିବା ଅଭିଯୋଗ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details