ଓଡିଶା

odisha

ETV Bharat / bharat

Bihar Violence: ଘଟଣାସ୍ଥଳରେ ଡିଆଜି, ଆସନ୍ତାକାଲି ଯାଏଁ ଇଣ୍ଟରନେଟ ବନ୍ଦ - ବିହାର ଡିଜିପି ଆରଏସ ଭଟ୍ଟୀ

ବିହାରର ଦୁଇ ଜିଲ୍ଲାରେ ହିଂସା ଥମିବାର ନାମ ନେଉନଥିବା ବେଳେ ଶାନ୍ତି ପ୍ରତିଷ୍ଠା ପ୍ରଶାସନ ପାଇଁ ଏକ ପ୍ରକାର ଚାଲେଞ୍ଜ ସୃଷ୍ଟି କରିଛି । ଏହାରି ଭିତରେ ବିହାର ଡିଜିପି ଆରଏସ ଭଟ୍ଟୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Bihar Violence
Bihar Violence

By

Published : Apr 3, 2023, 1:35 PM IST

ପାଟନା:ବିହାରର ନାଳନ୍ଦା ଏବଂ ସାଲାରମରେ ହିଂସା ଥମିବାର ନାଁ ନେଉନାହିଁ । ଏହାକୁ ଦୃଷ୍ଟିରେ ରଖି ଡିଜିପି ଆରଏସ ଭଟ୍ଟୀ ଉଭୟ ଜିଲ୍ଲାର ସୁରକ୍ଷା ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ହିଂସାକୁ ନେଇ ପୁରା ଦେଶରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଡିଜି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ନିଜର ଟିମ ସହ ନାଳନ୍ଦାରେ ରହିଛନ୍ତି ଡିଜି । ତେବେ ହିଂସା ପରଠାରୁ କମିଶନର କୁମାର ରବି ଏବଂ ଡିଆଜି ରାକେଶ କୁମାର ସାଠୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ଏଟିଏସ ଏସ୍ପି ସଞ୍ଜୟ କୁମାର ସିଂଙ୍କୁ ନାଳନ୍ଦାର ଅତିରିକ୍ତ ପୋଲିସ ଅଧିକ୍ଷକ କରିଛନ୍ତି । ସେ ପୁରା ପରିସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରକାଶଥାଉକି, ସଞ୍ଜୟ କୁମାର ଭୋଜପୁରର ଏସପି ରହିଛନ୍ତି ।

ହିଂସା ଭିତରେ ବୋମା ବିସ୍ଫୋରଣ: ସାସରାମର ନଗର ପୋଲିସ ଷ୍ଟେସନ ପରିସରର ମୋଚି ଟୋଲାରୁ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସିଛି । ସକାଳ ୪ଟା ବେଳେ ବୋମା ବିସ୍ଫୋରଣ କରିଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣ ପରେ ଘଟଣାସ୍ଥଳକୁ ଏସଏସବି ଯବାନଙ୍କୁ ପଠାଯାଇଛି । ଏହାସହ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଉଛି । ଏନେଇ ଏଏସଆଇ ରାମନରେଶ ସିଂହ କହିଛନ୍ତି, "ଆମେ ଡ୍ୟୁଟିରେ ରହିଥିଲୁ । ହଠାତ ବିସ୍ଫୋରଣର ଶବ୍ଦ ଶୁଭାଗଲା । ବୋମା କି ବାଣ ଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଆମେ ଘଟଣାସ୍ଥଳକୁ ଗଲାବେଳ ଚାରିଆଡେ ଧୂଆଁମୟ ହୋଇଯାଇଥିବା ବେଳେ କେହି ନଥିଲେ ।"

ଅନ୍ୟପଟେ ଡିଜିପି ପ୍ରଥମେ ନାଳନ୍ଦାରେ ପହଞ୍ଚିବା ପରେ ସର୍କିଟ ହାଉସରେ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ସ୍ଥତି ନେଇ ଆଲୋଚନା କରିଥିଲେ । ତେବେ ହିଂସାରେ ଗିରଫ କରାଯାଇଥିବା ଅଭିଯୁକ୍ତଙ୍କୁ ସର୍କିଟ ହାଉସରେ ହିଁ ପଚରାଉଚରା କରାଯାଉଛି । ଏନେଇ ନାଳନ୍ଦା ଏସପି ଅଶୋକ ମିଶ୍ର କହିଛନ୍ତି, "ବିହାର ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୭୭ଜଣଙ୍କୁ ଗିରଫ କରାଯାଇଛି । ଶାନ୍ତି ବଜାୟୀ ରଖିବା ପାଇଁ ଫ୍ଲାଗମାର୍ଚ୍ଚ ଜାରି ରହିଛି । ତେବେ ଆସନ୍ତାକାଲି ଯାଏଁ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ବିଳମ୍ବିତ ରାତିରେ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସମସ୍ତ ସ୍କୁଲକୁ ମଧ୍ୟ ୪ ତାରିଖ ଯାଏଁ ବନ୍ଦ କରାଯାଇଛି ।"

ଅନ୍ୟପଟେ ଏହି ଘଟଣାକୁ ନେଇ ଡିଜିପି କହିଛନ୍ତି, "ହିଂସା ସହ ଜଡିତ କୌଣସି ଲୋକଙ୍କୁ ରକ୍ଷା ମିଳିବ ନାହିଁ । ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ୯ଟି ପାରାମିଲେଟାରୀ ଫୋର୍ସ ନିୟୋଜିତ ରହିଛନ୍ତି । ଉଭୟ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧୦୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ପରେ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"ପ୍ରକାଶଥାଉକି, ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଗୁଲଶନ କୁମାରଙ୍କ ପରିବାରକୁ ବିହାର ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details