ପାଟନା:ଶିଶୁଙ୍କ ଉପରେ କୋଭିଡ ଭ୍ୟାକ୍ସିନ ଟ୍ରାଏଲ ଆରମ୍ଭ କରିଛି ପାଟନା ଏମ୍ସ । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ19 କୋଭାକ୍ସିନର ଶିଶୁମାନଙ୍କ ଉପରେ ପ୍ରଭାବ ଜାଣିବାକୁ ପରୀକ୍ଷା କରିଛି ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ।
ପିଲାମାନଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷା କରିବା ପାଇଁ ମେ 11ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଥିଲା । ଏହା ପୂର୍ବରୁ ସ୍ବାସ୍ଥ୍ୟ ସଦସ୍ୟ ଭି.କେ ପାଲ, ନୀତି ଆୟୋଗ କହିଥିଲେ ଯେ, 2ବର୍ଷରୁ 18ବର୍ଷ ବୟସର ସମସ୍ତଙ୍କୁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆ ଦ୍ବାରା ଅନୁମୋଦିତ ହୋଇଛି ।