ଓଡିଶା

odisha

ETV Bharat / bharat

କଲେଜ କର୍ତ୍ତୃପକ୍ଷଙ୍କ ଅଜବ ନିୟମ: ଏକାଠି ବସି ପାରିବେନି, କଥା ହୋଇପାରିବେନି ଛାତ୍ରଛାତ୍ରୀ - ଛାତ୍ରଛାତ୍ରୀଙ୍କୁ ଏକାଠି ବସିବାକୁ ମନା କଲା କଲେଜ

ବିହାରର ଏକ ସଂଖ୍ୟାଲଘୁ କଲେଜର କୁତ୍ସିତ ନିୟମକୁ ନେଇ ବିବାଦ । ଏକାଠି ବସିପାରିବେନି, କଥା ହୋଇପାରିବେନି ଛାତ୍ରଛାତ୍ରୀ । ନିୟମ ଉଲ୍ଲଙ୍ଘନ କଲେ ପଞ୍ଜିକରଣ ବାତିଲ କରିବାକୁ ନୋଟିସ । ଅଧିକ ପଢନ୍ତୁ

କଲେଜ କର୍ତ୍ତୃପକ୍ଷଙ୍କ ଅଜବ ନିୟମ: ଏକାଠି ବସିପାରିବେନି, କଥା ହୋଇପାରିବେନି ଛାତ୍ରଛାତ୍ରୀ
କଲେଜ କର୍ତ୍ତୃପକ୍ଷଙ୍କ ଅଜବ ନିୟମ: ଏକାଠି ବସିପାରିବେନି, କଥା ହୋଇପାରିବେନି ଛାତ୍ରଛାତ୍ରୀ

By ETV Bharat Odisha Team

Published : Oct 5, 2023, 7:55 PM IST

ପାଟନା:କଲେଜରେ ଏକାଠି ବସିପାରିବେନି କି କଥା ହୋଇପାରିବେନି ଛାତ୍ରଛାତ୍ରୀ । କଲେଜ ପରିସର କିମ୍ବା ଶ୍ରେଣୀକକ୍ଷରେ ଏହି ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ପଞ୍ଜିକରଣ ବାତିଲ କରିଦିଆଯିବ । ବିହାର ସିବନ ଜିଲ୍ଲାରେ ଥିବା ଏକ କଲେଜର କର୍ତ୍ତୃପକ୍ଷ ଏପରି ଅଜବ ନିୟମ ଲାଗୁ କରି ବିବାଦ ପରିସରକୁ ଆସିଛନ୍ତି । ତେବେ ଏହି ନିୟମ ଲାଗୁ ହେବା ପରେ ଏହାକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଛି । ଜାରି ନିୟମ ବିରୋଧରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହାକୁ ନାସପନ୍ଦ କରିବା ସହ କଲେଜ ପ୍ରଶାସନକୁ କଡା ସମାଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ସିବନରେ ଥିବ ଜେଏ ଇସଲାମିଆ ପିଜି କଲେଜ (ZA Islamia PG College) କର୍ତ୍ତୃପକ୍ଷ ଏହି ଅଜବ ନିୟମ ଲାଗୁ କରିବା ପାଇଁ ଏକ ନୋଟିସ ଜାରି କରିଛନ୍ତି । ଏହି କଲେଜଟି ଏକ ସଂଖ୍ୟାଲଘୁ କଲେଜ । ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏକାଠି ବସି କ୍ୟାମ୍ପସରେ ପରସ୍ପର ସହ କଥାବାର୍ତ୍ତା କରିପାରିବେ ନାହିଁ । ଯଦି ସେମାନେ ଜାରି ନୋଟିସକୁ ଉଲ୍ଲଙ୍ଘନ କରୁଛନ୍ତି ତେବେ ସେମାନଙ୍କ ପଞ୍ଜୀକରଣ ବାତିଲ ହେବ । ତେବେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଏହାକୁ ‘ତୋଗଲକି’ ଶାସନ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Anti-terror-conference-2023: ‘ଆତଙ୍କବାଦର ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞାବଦ୍ଧ ମୋଦି ସରକାର’

ବିବାଦ ପରେ କଲେଜ କର୍ତ୍ତୃପକ୍ଷ କହିଛନ୍ତି, କଲେଜ ପରିସରରେ ବାହାର ତଥା ଅଣଛାତ୍ରଙ୍କ ପ୍ରବେଶ ରୋକିବା ପାଇଁ ଏହି ନିୟମ ଜାରି କରାଯାଇଛି । ଏହା ଏକ ସଂଖ୍ୟାଲଘୁ କଲେଜ ହୋଇଥିବା କାରଣରୁ ଏହାର ପରିଚାଳନା କଲେଜ ମ୍ୟାନେଜମେଣ୍ଟ ନିକଟରେ ରହିଛି । ତେଣୁ କଲେଜ ଆକ୍ଟର ଧାରା ୨୯ ଓ ୩୦ ଅନୁସାରେ, ଏହି ନୋଟିସ ଜାରି କରାଯାଇଥିବା କଲେଜର କୁଳପତି କହିଛନ୍ତି । କଲେଜ ପ୍ରନ୍ସିପାଲ ଇଦ୍ରିସ ଆଲମ କହିଛନ୍ତି, ‘‘କିଛି ଅଣଛାତ୍ର କଲେଜର ପ୍ରବେଶ କରି ଶୈକ୍ଷିକ ପରିବେଶକୁ ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ତେଣୁ ଏହି ନୋଟିସ ଜାରି କରାଯାଇଛି । ଏହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଭୟଭୀତ କରିବା ନୁହେଁ ବରଂ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା । ଆମର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା କରିବା ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details