ନୂଆଦିଲ୍ଲୀ:ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି (ସୋମବାର) ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ସମାପିତ ହୋଇଛି । କାର୍ଯ୍ୟକ୍ରମରେ ଶାସକ ବିରୋଧୀ ସମସ୍ତେ ଅଂଶଗ୍ରହଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଦଳ JDU ମୁଖ୍ୟ ନୀତିଶ କୁମାର ।
ଆଜି ଶପଥ ଗ୍ରହଣ ସମାରୋହରେ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନ ବିଚାରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଭିନ୍ନ ଦଳର ବହୁ ବରିଷ୍ଠ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ତେବେ ନୀତିଶଙ୍କ ଅନୁପସ୍ଥିତିର କାରଣ ସମ୍ପର୍କରେ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ରାଜନୈତିକ ମହଲରେ କିନ୍ତୁ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜିର ଘଟଣାକୁ ନେଇ ବିରୋଧୀଙ୍କୁ ବିଜେପି-ଜେଡିୟୁ ସମ୍ପର୍କ ଉପରେ ପ୍ରଶ୍ନ କରିବାର ସୁଯୋଗ ମଧ୍ୟ ମିଳିଛି ।