ପାଟନା:ମଦ ବନ୍ଦକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ବିହାର ମୁଖ୍ୟମନ୍ତ୍ରୀ । ଆସନ୍ତା ୧୬ ନଭେମ୍ବରରେ ବିହାରରେ ମଦବନ୍ଦକୁ ନେଇ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନିକଟରେ ବିହାରରେ ବିଷାକ୍ତ ମଦ ପିଇ ବହୁ ଲୋକ ମୃ୍ତ୍ୟୁବରଣ କରିଛନ୍ତି ।
ବିହାରରେ ଦିପାବଳୀ ଦିନ ବିଷାକ୍ତ ମଦ ନେଇଛି ବହୁ ଲୋକଙ୍କ ଜୀବନ । ବିଶେଷ କରି ବିହାରର ଗୋପାଳଗଞ୍ଜ ଓ ବେଟିହା ଜିଲ୍ଲା ସମେତ ଚମ୍ପାରନ ଜିଲ୍ଲାରେ ବିଷାକ୍ତ ମଦ ପିଇବା ଯୋଗୁଁ ୩୨ ଜଣ ପ୍ରାଣ ହରାଇଛନ୍ତି। ଏହା ସହ ଅଧିକାଂଶ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ବିହାରରେ ମଦ ବନ୍ଦ କରାଯାଇଥିଲେ ମଧ୍ୟ ବିପୁଳ ପରିମାଣରେ ଚାଲିଛି ବେଆଇନ ମଦ କାରବାର । ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମଦମୃତ୍ୟୁ ଘଟଣାକୁ ନେଇ ନୀତିଶ କହିଛନ୍ତି ଯେ ରାଜ୍ୟରେ ବେଆଇନ ଭାବରେ ମଦ ବ୍ୟବସାୟ ଯୋଗୁଁ ଏ ଭଳି ଘଟୁଛି।