ଓଡିଶା

odisha

ETV Bharat / bharat

ଦେଢ ବର୍ଷ ପରେ ମୋଦିଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜି 20 ଡିନରରେ ସାମିଲ ହେବା ପରେ ଆଜି ଦିଲ୍ଲୀରୁ ପାଟନା ଫେରୁଛନ୍ତି । ଶନିବାର ରାତିରେ ରାଷ୍ଟ୍ରପତିଙ୍କ ତରଫରୁ ଆୟୋଜିତ ରାତ୍ରି ଭୋଜନରେ ସାମିଲ ହୋଇଥିଲେ ନୀତିଶ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ ନୀତିଶ । ପାଖାପାଖି ଦେଢ ବର୍ଷ ପରେ 2 ନେତାଙ୍କ ଭେଟ ହୋଇଛି । ଅଧିକ ପଢ଼ନ୍ତୁ

Bihar CM Nitish Kumar attended G20 dinner He met PM Narendra Modi after long time
Bihar CM Nitish Kumar attended G20 dinner He met PM Narendra Modi after long time

By ETV Bharat Odisha Team

Published : Sep 10, 2023, 4:33 PM IST

ପାଟନା:ଜି-20 ଡିନର ପାର୍ଟିରେ ସାମିଲ ହେବା ପରେ ଆଜି ପାଟନା ଫେରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଶନିବାର ଦିଲ୍ଲୀରେ ଜି 20 ଡିନର ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ବିଶ୍ୱନେତାମାନଙ୍କ ସହ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ବି ଆମନ୍ତ୍ରିତ କରାଯାଇଥିଲା । ଦେଶର ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜିତ ଏହି ରାତ୍ରିଭୋଜନ ପାର୍ଟିରେ ସାମିଲ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ତେବେ ଆଜି ଅପରାହ୍ନ 3ଟା ବେଳେ ଦିଲ୍ଲୀରୁ ପାଟନା ଫେରିବେ ନୀତିଶ କୁମାର । ତାଙ୍କ ସହ ମନ୍ତ୍ରୀ ସଞ୍ଜୟ ଝା ବି ଜି-20 ପାର୍ଟିରେ ଯୋଗ ଦେଇଥିଲେ ।

Bihar CM Nitish Kumar attended G20 dinner He met PM Narendra Modi after long time

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ନୀତିଶ:ବିହାରରେ ମେଣ୍ଟ ସରକାର ଗଠନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଶନିବାର ଦିନ ଜି-20 ରାତ୍ରି ଭୋଜନ ପାର୍ଟିରେ ଯୋଗ ଦେବାକୁ ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କ ନିମନ୍ତ୍ରଣ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଆମନ୍ତ୍ରଣକୁ ରକ୍ଷା କରି ଭୋଜନ ପାର୍ଟିରେ ସାମିଲ ହୋଇଥିଲେ ନୀତିଶ । ଏହି ସମୟରେ ସେ ମୋଦିଙ୍କୁ ଭେଟିବା ସହ କିଛି ସମୟ କଥାବାର୍ତ୍ତା କରିଥିବା ଦେଖିବାକୁ ମିଳିଥିଲା । ତେବେ ପାଖାପାଖି ଦେଢ଼ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ନୀତିଶ କୁମାର ।

Bihar CM Nitish Kumar attended G20 dinner He met PM Narendra Modi after long time

ବିଜେପି ନେତାଙ୍କୁ ଭେଟିଲେ ନୀତିଶ: ଡିନର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ ବିଜେପିର ଅନେକ ନେତାଙ୍କୁ ଭେଟିଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସହ ନୀତିଶଙ୍କ ଏକ ଫୋଟୋ ସାମ୍ନାକୁ ଆସିଛି । ଆଉ ମଧ୍ୟ ଡିନର ଟେବୁଲରେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସହ ଅନ୍ୟ ବିଜେପି ନେତାମାନଙ୍କ କଥା ହୋଇଥିଲେ ନୀତିଶ । ଡିନର ଟେବୁଲରେ ସାଙ୍ଗ ହୋଇ ବସିବା ସହ ସମସ୍ତେ ସମସ୍ତଙ୍କ ସହ ଉତ୍ସାହିତ ହୋଇ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା ।

ନୀତିଶଙ୍କ ବ୍ୟତୀତ ଆଉ କେଉଁ କେଉଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ସାମିଲ:ବିହାର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଇଣ୍ଡିଆ ମେଣ୍ଟରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ସମେତ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ଜି 20 ଡିନରରେ ସାମିଲ ହୋଇଥିଲେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ହରିୟାଣା ସିଏମ ମନୋହର ଲାଲ ଖଟ୍ଟର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ପ୍ରମୁଖ ସାମିଲ ହୋଇଥିଲେ ।

ଆଉମଧ୍ୟ ପଢନ୍ତୁ..G 20 Summit: ଶେଖ ହସିନାଙ୍କ ସହ ବାଇଡେନଙ୍କ ସେଲଫି, ବାଂଲାଦେଶ ମନ୍ତ୍ରୀ କହିଲେ ଖୁସିର ମୁହୂର୍ତ୍ତ

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଡିନରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇନଥିଲା । ଯେଉଁଥିପାଇଁ କଂଗ୍ରେସ ପକ୍ଷରୁ ଅସନ୍ତୋଷ ଦେଖାଯାଇଥିଲା । ଏହାଛଡ଼ା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରମୁଖ ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ।

ଆଉମଧ୍ୟ ପଢନ୍ତୁ..G20 Summit: ମହାଶକ୍ତି ମହାସମ୍ମିଳନୀରେ ଅନ୍ତିମ ଦିନ, ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ହେବ ଆଲୋଚନା

ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଜି 20 ଡିନର ପାର୍ଟିରେ ସର୍ବମୋଟ 170 ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଥିରେ ବିଶ୍ୱନେତାମାନଙ୍କ ବ୍ୟତୀତ ରାଷ୍ଟ୍ରମୁଖ୍ୟ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ , କେନ୍ଦ୍ର ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details