ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ଦିଲ୍ଲୀ ପହଞ୍ଚିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଦିଲ୍ଲୀ ଗସ୍ତ ସହ ସରଗରମ ହୋଇଉଠୁଛି ଚର୍ଚ୍ଚାର ବଜାର ।
ନୀତିଶ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବେ ବୋଲି କୁହାଯାଉଛି । ଏହାସହ କେନ୍ଦ୍ର କ୍ୟାବିନେଟରେ ଜେଡିୟୁର ସମିଲ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ସମସ୍ତ ଚର୍ଚ୍ଚା ଆଉ କଳ୍ପନ୍ନା ଜଳ୍ପନ୍ନାରେ ପୂର୍ଣ୍ଣଛେଦ ପକାଇ ଚକ୍ଷୁ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିବା ପ୍ରତିକ୍ରିୟା ଦେଇଛନ୍ତି ନୀତିଶ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କଥା ନାହିଁ । ଏହାସହିତ କ୍ୟାବିନେଟରେ ସାମିଲ ହେବା ଭଳି କୌଣସି ବିଷ ନଥିବା ସ୍ପଷ୍ଟ କରିଛନ୍ତି ନୀତିଶ ।
ନୀତିଶ ସ୍ପଷ୍ଟ କରି କହିଛନ୍ତି, ସେ କେବଳ ନିଜ ଆଖିର ଚିକିତ୍ସା ପାଇଁ ଦିଲ୍ଲୀ ଆସିଛନ୍ତି । ଖୁବ ଶୀଘ୍ର ଏଥିପାଇଁ ଡାକ୍ତରଙ୍କୁ ଭେଟିବେ । ତାଙ୍କ ଆଖିରେ ଗତ କିଛି ଦିନରୁ ସମସ୍ୟା ରହିଥିଲା । ଆଉ ସେ ଏହାର ଚିକିତ୍ସା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି ।