ଓଡିଶା

odisha

Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି

By ETV Bharat Odisha Team

Published : Oct 2, 2023, 4:54 PM IST

ପ୍ରଥମ ରାଜ୍ୟ ଭାବେ ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ରାଜ୍ୟର ଲୋକସଂଖ୍ୟା 13 କୋଟିରୁ ଅଧିକ । 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ ବର୍ଗର । ଅଧିକ ପଢନ୍ତୁ

Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ
Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ

ନୂଆଦିଲ୍ଲୀ/ପାଟନା:ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଛି ବିହାର । ରାଜ୍ୟର ମୋଟ ଜନସଂଖ୍ୟାର 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଓ 27.1 ପ୍ରତିଶତ ପଛୁଆ ବର୍ଗ ଭାବେ ରିପୋର୍ଟରେ ସ୍ଥାନ ପାଇଛନ୍ତି । ସେହିପରି 19.7 ପ୍ରତିଶତ ଅନୁସୂଚୀତ ଜାତି ଓ ମାତ୍ର 1.7 ପ୍ରତିଶତ ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ଲୋକେ ବିହାର ବାସ କରୁଥିବା ରିପୋର୍ଟରେ ସାମ୍ନାକୁ ଆସିଛି ।

ତେବେ ସାଧାରଣ ବା ଅଣସଂରକ୍ଷିତ ବର୍ଗର ଲୋକଙ୍କ ଅନୁପାତ ମୋଟ ଲୋକସଂଖ୍ୟାର ପ୍ରାୟ 15.5 ପ୍ରତିଶତ । ସେହିପରି ଏହି ଜନଗଣନାରେ ରାଜ୍ୟର ମୋଟ ଲୋକସଂଖ୍ୟା 13.1 କୋଟି ବୋଲି ଜଣାପଡିଛି । ଆଜି ଏହି ତଥ୍ୟ ପ୍ରକାଶ ପାଇବା ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି ଯେ ଜାତିଭିତ୍ତିକ ଜନଗଣନା କେବଳ ଜାତିଭିତ୍ତିକ ତଥ୍ୟ ପ୍ରକାଶ କରିନାହିଁ ବରଂ ରାଜ୍ୟରେ ସମସ୍ତ ବର୍ଗର ଆର୍ଥିକ ଅବସ୍ଥା ବିଷୟରେ ମଧ୍ୟ ନୂତନ ସୂଚନା ସାମ୍ନାକୁ ଆଣିଛି ।

ଖୁସି ବ୍ୟକ୍ତ କଲେ ନୀତିଶ:-

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ୍ସରେ ଲେଖିଛନ୍ତି ଯେ,‘‘ ଆଜି ଗାନ୍ଧୀ ଜୟନ୍ତୀଙ୍କ ଶୁଭ ଅବସରରେ ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ତଥ୍ୟ ପ୍ରକାଶ ପାଇଛି । ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ଟିମ୍‌କୁ ଶୁଭେଚ୍ଛା । ଗତବର୍ଷ ଜୁନ 2 ତାରିଖରେ ବିହାରର ବିଧାନ ମଣ୍ଡଳରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିହାରର ସମସ୍ତ 9 ରାଜନୈତିକ ଦଳ ଏହି ନିଷ୍ପତ୍ତିକୁ ସହମତି ଦେଇଥିଲେ । ବିହାର ସରକାର ନିଜ ଖର୍ଚ୍ଚ ଓ ସମ୍ବଳରେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବେ ବୋଲି ସହମତି ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତାହା ଆଜି ପ୍ରକାଶ ପାଇଛି ।’’

ସର୍ଭେ ରିପୋର୍ଟରେ କେଉଁ ଜାତିର ଜନସଂଖ୍ୟା:-

ବିହାରରେ ଜାତିଭିତ୍ତିକ ସର୍ଭେରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ଜନସଂଖ୍ୟା ପ୍ରାୟ 13 କୋଟିରୁ ଅଧିକ । ଯେଉଁଥିରେ ଉଚ୍ଚଜାତି ବା ସବର୍ଣ୍ଣ ସମ୍ପ୍ରଦାୟର ଆନୁପାତିକ ସଂଖ୍ୟା 15.52 ପ୍ରତିଶତ । ଏଥିମଧ୍ୟରେ ଭୁମିହାର 2.89 ପ୍ରତିଶତ, ରାଜପୁତ 3.45 ପ୍ରତିଶତ, ବ୍ରାହ୍ମଣ 3.66 ପ୍ରତିଶତ ଏବଂ କାୟାସ୍ତ -0.60 ପ୍ରତିଶତ ରହିଛନ୍ତି । ସେହିପରି ରାଜ୍ୟର ମୋଟ ଜନସଂଖ୍ୟାର ସର୍ବାଧିକ 63 ପ୍ରତିଶତ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ । ଏହି ଓବିସି ବର୍ଗ ମଧ୍ୟରେ 24 ପ୍ରତିଶତ ପଛୁଆ ବର୍ଗ ଏବଂ 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଭାବେ ବର୍ଗୀକରଣ ହୋଇଛନ୍ତି । ସେହିପରି ଅନୁସୂଚୀତ ଜାତି (ଏସସି) ଜନସଂଖ୍ୟା 19 ପ୍ରତିଶତ, ଅନୁସୂଚୀତ ଜନଜାତି (ଏସଟି) ଜନସଂଖ୍ୟା 1.68 ପ୍ରତିଶତ ବୋଲି ରେକର୍ଡ କହୁଛି । ସେହିପରି ମୁସଲମାନମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ପ୍ରାୟ 17.7 ପ୍ରତିଶତ ।

ଏହା ମଧ୍ୟ ପଢନ୍ତୁ:- Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details