ପାଟନା:ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାପୂର୍ବରୁ ବିହାରରେ ଜାତିଗତ ସଂରକ୍ଷଣ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ୫୦ରୁ ୬୫ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ବେଳେ ଆଜି(ବୁଧବାର) ବିହାର ବିଧାନସଭାରେ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ବିଲ୍ ଉପସ୍ଥାପିତ ହେବ । ଏହି ବିଲ୍ ଲାଗୁ ହେଲେ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ଏସସି, ଏସଟି, ଓବିସି ଓ ଅନ୍ୟ ପଛୁଆ ବର୍ଗଙ୍କୁ ୬୫ ପ୍ରତିଶତ ସଂରକ୍ଷଣ ମିଳିବ । ତେବେ ଯଦି ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣକୁ ଏଥିରେ ମିଶାଯାଏ ତେବେ ଏହି ସଂରକ୍ଷଣ ୭୫ ପ୍ରତିଶତ ହେବ ।
ମଙ୍ଗଳବାର ଦିନ ନୀତିଶ ସରକାରଙ୍କ ପକ୍ଷରୁ ବିହାର ବିଧାନସଭା ଓ ବିଧାନ ପରିଷଦରେ ଜାତିଭିତ୍ତିକ ଗଣନା ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହା ଉପରେ ଉଭୟ ଗୃହରେ ଚର୍ଚ୍ଚା ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜବାବ ରଖିଥିଲେ । ଏହି ସମୟରେ ସେ ସଂରକ୍ଷଣ ବ୍ୟବସ୍ଥା ୬୫ ପ୍ରତିଶତକୁ ବୃଦ୍ଧି ପାଇଁ ବଡ଼ ଘୋଷଣା କରିଥିଲେ । ଏହାବ୍ୟତୀତ ଗରୀବ ପରିବାରୁ ୨ ଲକ୍ଷ ସହାୟତା ପ୍ରଦାନ ପାଇଁ ମଧ୍ୟ ଘୋଷଣା କରିଥିଲେ । ସଂରକ୍ଷଣ ବୃଦ୍ଧି ନେଇ ବିଧାନସଭାରେ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡକାଇଥିଲେ । ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଥିଲା ।
ଏହାମଧ୍ୟ ପଢନ୍ତୁ: Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି