ଓଡିଶା

odisha

ETV Bharat / bharat

Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ - ଅଗ୍ନିପଥ ଯୋଜନା ଆନ୍ଦୋଳନ

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଆଜି ବିହାର ବନ୍ଦ । ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ଅଧିକ ପଢନ୍ତୁ

Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ
Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ

By

Published : Jun 18, 2022, 12:33 PM IST

ପାଟନା:ଦେଶରେ ଅଣାୟତ ଅଗ୍ନିପଥ ନିଆଁ । ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି ଆନ୍ଦୋଳନ । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ହରିୟାଣା, ରାଜସ୍ଥାନ ଉତ୍ତରପ୍ରଦେଶଠୁ ନେଇ ଓଡିଶା ଓ ତେଲେଙ୍ଗାନାରେ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଚାରିଆଡେ ପୋଡାଜଳା, ଭଙ୍ଗାରୁଜା କରୁଛନ୍ତି ଆଶାୟୀ । ବିଶେଷକରି ସେନାର ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନାକୁ ବିହାରରେ ଜୋରଦାର ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଆରଜେଡି, ଏଚଏଏମ ଓ ଭିଆଇପି ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ

ଛାତ୍ର ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, "ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଯେତିକି ବିଳମ୍ବ ହେବ, ଆନ୍ଦୋଳନ ସେତିକି ତୀବ୍ର ହେବ । ସେଥିପାଇଁ କେବଳ କେନ୍ଦ୍ର ସରକାର ଦାୟୀ ରହିବେ ।" ଯୋଜନା ପ୍ରତ୍ୟାହାର ପାଇଁ ସରକାରଙ୍କୁ ସେମାନେ ୭୨ ଘଣ୍ଟା ସମୟ ଦେଇଛନ୍ତି । ଏହି ଯୋଜନା ରାଷ୍ଟ୍ରୀୟ ସୁରକ୍ଷା ସହ ସାଲିସ କରୁଥିବା ଏବଂ ଯୁବବର୍ଗଙ୍କୁ ପରିହାସ କରୁଥିବା ଅଭିଯୋଗ କରି ଛାତ୍ର ସଂଗଠନ ୨୪ ଘଣ୍ଟିଆ ବିହାର ବନ୍ଦ କରିଛନ୍ତି । ଏପରିକି ଆଗାମୀ ଦିନରେ ଭାରତ ବନ୍ଦ ଡାକରା ଦିଆଯିବା ପାଇଁ ମଧ୍ୟ ଚେତାବନୀ ଦେଇଛି ସଙ୍ଗଠନ ।

RJD ସୁପ୍ରିମୋ ଲାଲୁ ଯାଦବ ଚୁକ୍ତିଭିତ୍ତିକ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ସରକାର ବିଳମ୍ବ ନ କରି ଏହି ଯୋଜନାକୁ ଫେରାଇ ନିଅନ୍ତୁ । ବିଜେପି ସରକାରଙ୍କ ପୁଞ୍ଜିବାଦୀ ଏବଂ ଯୁବ ବିରୋଧି ନୀତି ଯୋଗୁଁ ଦେଶରେ ବେକାରୀ ହାର ବଢିଛି ବୋଲି କହିଛନ୍ତି ଲାଲୁ । ଏହାପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଯୋଜନା ଅନ୍ତର୍ଗତ ଅଗ୍ନିବୀରଙ୍କ ଛୁଟି ଉପରେ ପ୍ରଶ୍ନ ଉଠାଇଥିଲ । ସେ ଟ୍ବିଟ୍ କରିଥିଲେ ଯେ, "ଏହି ଯୋଜନାରେ ନିଯୁକ୍ତି ପାଇବାକୁ ଥିବା ଯୁବକଙ୍କୁ ନିୟମିତ ସୈନିକଙ୍କ ଭଳି ୯୦ ଦିନର ଛୁଟି ମିଳିବ କି ? ଯଦି ଅଗ୍ନିପଥ ଯୋଜନା ନ୍ୟାୟସଙ୍ଗତ, ତାହାହେଲେ ଏଥିରେ କାହିଁକି ଚୁକ୍ତିଭିତ୍ତିକ ଅଧିକାରୀଙ୍କ ନିଯୁକ୍ତି ନାହିଁ । କେବେଳ ସୈନିକଙ୍କ ପାଇଁ ଏହି ଠିକା ନିଯୁକ୍ତି ଘୋଷିତ ହୋଇଛି ।'' ଏହାକୁ ଶିକ୍ଷିତ ଯୁବକଙ୍କ ଲାଗି 'ମନରେଗା' ଯୋଜନା ବୋଲି କହିଛନ୍ତି ତେଜସ୍ବୀ ।

VIP ନେତା ଏବଂ ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସହନୀ ମଧ୍ୟ ଏହି ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ''ସେନାରେ ଭର୍ତ୍ତି ନିମନ୍ତେ ନୂଆ ଅଗ୍ନିପଥ ଯୋଜନାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଆକ୍ରୋଶ ଏହା ପ୍ରମାଣିତ କରୁଛି କି, ଦେଶ ସେବାର ସ୍ବପ୍ନ ନେଇ ହଜାର ଯୁବକ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଲଗାତାର ପ୍ରତିବାଦ ସତ୍ତ୍ବେ ଏବେ ଯାଏଁ ସରକାର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିନାହାନ୍ତି । ସରକାରଙ୍କ ଏପରି ମନୋଭାବ ବିରୁଦ୍ଧରେ ଶନିବାର ଭିଆଇପି ବିହାର ବନ୍ଦର ସମର୍ଥନ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ମଧ୍ୟ ଯୁବ ଏବଂ ରାଷ୍ଟ୍ରହିତ ପାଇଁ ବିହାର ବନ୍ଦ ଡାକରାକୁ ଆମେ ସମର୍ଥନ କରୁଛୁ ବୋଲି କହିଛନ୍ତି । ଏଥିସହ ଯୁବବର୍ଗଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।

ଆଜି ବିହାର ବନ୍ଦକୁ ନେଇ ପୋଲିସ ମୁଖ୍ୟାଳୟ ସମସ୍ତ ଏସଡିଓ ଏବଂ ଏସଡିପିଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ବିହାରରେ ଗତ ତିନି ଦିନ ଧରି ଚାଲିଥିବା ବିକ୍ଷୋଭ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ଦୃଷ୍ଟିରୁ ବନ୍ଦ ସମୟରେ ଯେପରି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନ ହୁଏ, ଏଥିପାଇଁ ଠୋସ୍ ପଦପେକ୍ଷ ନିଆଯାଇଛି । ରାଜଧାନୀ ପାଟନା ସମେତ କିଛି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗତକାଲି ଛାତ୍ରଙ୍କ ଅଗ୍ନିପଥ ବିରୋଧି ଆନ୍ଦୋଳନ ସାରା ରାଜ୍ୟରେ ହିଂସାର ରୂପ ନେଇଥିଲା । ବିଭିନ୍ନ ରେଳ ଷ୍ଟେସନରେ ବିକ୍ଷୋଭକାରୀ ପଶି ଟ୍ରେନ ଜାଳିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ଲୁଟପାଟ୍‌ କରାଯିବା ସହ ଯାତ୍ରୀମାନଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details