ନିର୍ବାଚନ ଆୟୋଗର ସରକାରୀ ତଥ୍ୟ ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନରେ ମୋଟ 243 ବିଧାନସଭା ଆସନର ଫଳାଫଳ ଘୋଷଣା କରାଯାଇଛି । ସମସ୍ତ 243 ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏନଡିଏ 125 ଟି ଆସନ ଜିତିଛି (ବିଜେପି 74, ଜେଡିୟୁ 43, ଭିଆଇପି 4, ହାମ 4) ସେହିପରି ମହାମେଣ୍ଟ 110 ଟି ସିଟ୍ ଜିତିଛନ୍ତି (ଆରଜେଡି 75, କଂଗ୍ରେସ 19, ବାମଦଳ 16) । ଅନ୍ୟାନ୍ୟଦଳ ଏଆଇଏମଆଇଏମ 5, ବିଏସପି 1, ଏଲଜେପି1 ଏବଂ ସ୍ବାଧୀନ 1 ଜିତିଛି ।
ବିହାର ବିଧାନସଭା ରେଜଲ୍ଟ: LIVE ଅପଡେଟ୍ - Bihar Assembly results 2020
04:23 November 11
ସମସ୍ତ 243 ବିଧାନସଭା ଆସନର ଘୋଷଣା ହେଲା ଫଳାଫଳ
02:12 November 11
NDAକୁ ମିଳିଲା ସ୍ପଷ୍ଟ ବହୁମତ
ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିଜୟ ନିଶ୍ଚିତ ହୋଇଛି । ନିର୍ବାଚନ ଫଳାଫଳରେ ଏନଡିଏ 125 ଟି ଆସନ ଏବଂ ମହାମେଣ୍ଟ110 ଟି ଆସନ ପାଇଥିବା ଦେଖାଯାଉଛି । ଅନ୍ୟମାନେ ଆଠଟି ଆସନ ପାଇଥିବା ବର୍ତ୍ତମାନର ଟ୍ରେଣ୍ଡ କହୁଛି ।
02:08 November 11
229 ଟି ଆସନର ଫଳାଫଳ ଘୋଷଣା
ନିର୍ବାଚନ ଆୟୋଗର ସରକାରୀ ତଥ୍ୟ ଅନୁଯାୟୀ, ମୋଟ 243 ବିଧାନସଭା ଆସନ ମଧ୍ୟରୁ 229 ଟି ଆସନର ଫଳାଫଳ ଘୋଷଣା କରାଯାଇଛି । ଏନଡିଏ ଏପର୍ଯ୍ୟନ୍ତ 116 ଟି ଆସନ ଜିତିଛି ଏବଂ ମହାମେଣ୍ଟ 106 ଟି ସିଟ୍ ଜିତିଛି । AIMIM 5ଟି ସିଟ୍ ଜିତିଛି | ବିଏସପି ଏବଂ ଏଲଜେପି ପ୍ରତ୍ୟେକ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଛନ୍ତି ।
00:31 November 11
243 ସିଟରୁ 203 ସିଟ ଘୋଷଣା
ବିହାର ମତଗଣନା 243 ସିଟରୁ 203 ସିଟ ଘୋଷଣା ହେଲା । ଏନଡିଏ ସପକ୍ଷରେ 102 ସିଟ ( ବିଜେପି 60,ଜେଡିୟୁ 34, ଭିଆଇପି 4 ଓ ହାମ 4 ରହିଛି । ସେହିଭଳି ମହାମେଣ୍ଟ ସପକ୍ଷରେ 93 ସିଟ ଯାଇଛି ଆରଜେଡି 64, କଂଗ୍ରେସ16 ଓ ବାମଦଳ 13 ପାଇଛନ୍ତି ।
00:08 November 11
ବିହାରବାସୀଙ୍କୁ ଧନ୍ୟବାଦ ଦେଲେ ଗୃହମନ୍ତ୍ରୀ ଅମିତ ଶାହା
ଗୃହମନ୍ତ୍ରୀ ଅମିତ ଶାହ ବିହାର ନିର୍ବାଚନରେ ଏନଡିଏ ମେଣ୍ଟକୁ ମିଳିଥିବା ବହୁମତକୁ ନେଇ ବିକାଶ, ପ୍ରଗତି ଏବଂ ଉତ୍ତମ ଶାସନ ଚୟନ କରିଥିବାରୁ ମୁଁ ହୃଦୟର ଅନ୍ତରରୁ ରାଜ୍ୟର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
23:56 November 10
ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିହାର ବିଧାନସଭା ନିର୍ବାଚନରେ ପୁଣିଥରେ ଏନଡିଏ ମେଣ୍ଟକୁ ବହୁମତ ପ୍ରଦାନ କରିଥିବାରୁ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବକା ସାଥ ସବକା ବିକାଶ ମୂଳମନ୍ତ୍ରକୁ ବିହାରବାସୀ ଭରସା କରିଛନ୍ତି ବୋଲି ମୋଦି ନିଜେ ଟ୍ବୀଟ କରିଛନ୍ତି ।
23:41 November 10
ଜନାଦେଶକୁ ନେଇ ବିହାରବାସୀଙ୍କୁ ଧନ୍ୟବାଦ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ବିହାର ନିର୍ବାଚନର ଜନାଦେଶକୁ ନେଇ ଟ୍ବୀଟ କରି ବିହାରବାସୀଙ୍କୁ ଧନ୍ୟବାଦ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିହାରବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନକଲ୍ୟାଣକାରୀ ନୀତି ତଥା ବିକାଶମୂଳକ କାମକୁ ଭୋଟ ଦେଇଛନ୍ତି ବୋଲି ନଡ୍ଡା କହିଛନ୍ତି ।
23:35 November 10
ବିହାର ନିର୍ବାଚନ: ପ୍ରେସମିଟ କରିବ ନିର୍ବାଚନ କମିସନ
ବିହାର ନିର୍ବାଚନରେ ମତଗଣନା ସ୍ଥିତ ନେଇ ରାତି 1 ଟାରେ ପ୍ରେସମିଟ କରିବ ନିର୍ବାଚନ କମିସନ ।
23:21 November 10
ବିହାର ମତଗଣନା: 243 ସିଟରୁ 183 ସିଟ ଘୋଷଣା ହେଲା
ବିହାର ମତଗଣନା ଜାରୀ ରହିଛି । ମୋଟ 243 ସିଟରୁ 183 ସିଟ ଘୋଷଣା ହୋଇଛି । ଏନଡିଏ ସପକ୍ଷରେ 90 ସିଟ ( ବିଜେପି 51,ଜେଡିୟୁ 32, ଭିଆଇପି 4 ଓ ହାମ 3 ରହିଛି । ସେହିଭଳି ମହାମେଣ୍ଟ ସପକ୍ଷରେ 86 ସିଟ ଯାଇଛି ( ଆରଜେଡି 60, କଂଗ୍ରେସ ଓ ବାମଦଳ 12 ) ପାଇଛନ୍ତି ।
18:35 November 10
ବିହାର ମତଗଣନା: ବର୍ତ୍ତମାନସୁଦ୍ଧା 6 ସିଟ୍ରେ ବିଜେପିର ବିଜୟ
ବିହାର ବିଧାନସଭା ନିର୍ବାଚନର ମତ ଗଣନା ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନସୁଦ୍ଧା ଘୋଷଣା ହୋଇଥିବା 14ଟି ଆସନରୁ 6ଟିରେ ବିଜେପି ବଜୟ ହାସଲ କରିସାରିଛି । ଅନ୍ୟପକ୍ଷେ 2ଟିରେ ଭିଆଇପି ଓ ଗୋଟିଏ ଆସନ ଏଆଇଏମଆଇଏମ ଜିତିଥିବା ଜଣାପଡିଛି ।
17:48 November 10
ହାସନପୁର ସିଟରୁ ବିଜୟ ହାସଲ କଲେ ଲାଲୁଙ୍କ ପୁଅ ତେଜପ୍ରତାପ
ବିହାର ବିଧାନସଭା ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ବିଜୟ । ହାସନପୁର ସିଟରୁ ବିଜୟ ହାସଲ କଲେ ତେଜପ୍ରତାପ ।
16:43 November 10
ପରସା ବିଧାନସଭାରୁ ଚନ୍ଦ୍ରିକା ରାୟଙ୍କ ପରାଜୟ, ପୂନର୍ବାର ବିଜୟ ହାସଲ କଲେ ବାହୁବଳୀ ଅନନ୍ତ ସିଂହ
ବିହାର ବିଧାନସଭା ନିର୍ବାଚନରେ ପରସା ବିଧାନସଭାରୁ ଚନ୍ଦ୍ରିକା ରାୟଙ୍କ ପରାଜୟ । ପୂନର୍ବାର ବିଜୟ ହାସଲ କରିଛନ୍ତି ବାହୁବଳୀ ଅନନ୍ତ ସିଂହ ।
ଏହି ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି, ଆଧିକାରୀକ ଘୋଷଣାକୁ ଅପେକ୍ଷା...
- କେୱାଟି ବିଧାନସଭାରୁ ବିଜେପି ପ୍ରାର୍ଥୀ ମୁରଲୀ ମନୋହରଙ୍କ ବିଜୟ
- ମୋକାମା ବିଧାନସଭାରୁ ଆରଜେଡି ପ୍ରାର୍ଥୀ ଅନନ୍ତ ସିଂଙ୍କ ବିଜୟ
- ଗୟା ଟାଉନ ବିଧାନସଭାରୁ ବିଜେପି ନେତା ପ୍ରେମ କୁମାରଙ୍କ ବିଜୟ
- ଔରଙ୍ଗାବାଦରୁ କଂଗ୍ରେସ ପ୍ରାର୍ଥୀ ଆନନ୍ଦ ଶଙ୍କରଙ୍କ ବିଜୟ
- ନବୀନଗରରୁ ଆରଜେଡି ପ୍ରାର୍ଥୀ ବିଜୟ କୁମାର ସିଂଙ୍କ ବିଜୟ
- ଗୋହ ବିଧାନସଭାରୁ ଆରଜେଡି ପ୍ରାର୍ଥୀ ଭୀମ ସିଂଙ୍କ ବିଜୟ
- ଦାରବଙ୍ଗାରୁ ଆରଜେଡି ପ୍ରାର୍ଥୀ ଲଲିତ କୁମାର ଯାଦବ 2141 ଭୋଟରେ ଜିତିଛନ୍ତି
13:56 November 10
ବିହାରରେ ଖାତା ଖୋଲିଲା ବିଜେପି
ବିହାରରେ ଖାତା ଖୋଲିଲା ବିଜେପି । କୌଟି ଆସନରୁ ବିଜୟ ଲାଭ କଲା ଦଳ । ମୁରାରୀ ମୋହନ ଝା ହେଲେ ବିଜୟୀ ।
12:59 November 10
20 ପ୍ରତିଶତ ଭୋଟ ଗଣତି ଶେଷ
ବର୍ତ୍ତମାନ ସୁଦ୍ଧା 20 ପ୍ରତିଶତ ଭୋଟ ଗଣତି ଶେଷ । ସନ୍ଧ୍ୟା ସୁଦ୍ଧା ଫଳାଫଳା ଆସିବା ନେଇ ନିର୍ବାଚନ ଆୟୋଗଙ୍କ ସୂଚନା ।
12:49 November 10
ଆଗରେ ଏନଡିଏ
ନିର୍ବାଚନ ଆୟୋଗ ଅନୁସାରେ, 243 ଆସନ ବିଶିଷ୍ଟ ବିହାର ବିଧାନସଭାରେ 127 ଆସନରେ ଆଗେଇଛି ଏନଡିଏ । ଯେଉଁଥିରେ ବିଜେପି 73ଟି, ଜେଡିୟୁ 47ଟି, ବିକାଶଶୀଳ ଇଂଶାନ ପାର୍ଟି 7ଟିରେ ଆଗେଇଛନ୍ତି । ସେହିପରି 100ଟି ଆସନରେ ମହାମେଣ୍ଟ ଆଗରେ ରହିଛି । ଯେଉଁଠି ଆରଜେଡି 61, କଂଗ୍ରେସ 20 ଓ ବାମଦଳ 19 ଟି ଆସନରେ ଆଗେଇଛନ୍ତି । ସେପଟେ ବିଏସପିକୁ ଗୋଟିଏ, ଏଆଇଏମଆଇଏମ 3ଟି, ଏଲଜେପି 5ଟି ଓ 7ଟିରେ ସ୍ବାଧୀନ ପ୍ରାର୍ଥୀ ଆଗେଇଛନ୍ତି ।
12:10 November 10
ଆଗରେ ତେଜପ୍ରତାପ
ହସନପୁର ଆସନରେ ତେଜପ୍ରତାପ ଆଗୁଆ
12:08 November 10
11:58 November 10
ବିହାରରେ 19 ଆସନରେ ବାମଦଳ ପ୍ରାର୍ଥୀ ଆଗରେ
ବିହାରରେ 19 ଆସନରେ ବାମଦଳ ପ୍ରାର୍ଥୀ ଆଗରେ ରହିଛି ।
11:54 November 10
ଦ୍ବିତୀୟ ରାଉଣ୍ଡରେ ବି ତେଜପ୍ରତାପ ପଛରେ । ହସନପୁର ଆସନରେ ପଛରେ ତେଜପ୍ରତାପ । ସେପଟେ ଦ୍ବିତୀୟ ରାଉଣ୍ଡରେ ତେଜସ୍ବୀ ଆଗରେ ।
11:39 November 10
ବିହାରରେ ଜାରି ରହିଛି ଭୋଟ ଗଣତି । ଏନଡିଏ 121ରେ ଆଗେଇ ଥିବାବେଳେ ମହାମେଣ୍ଟ 113ରେ ଆଗେଇଛି । ସେହିପରି ଏଲଜେପି 2ଟି ଓ ଅନ୍ୟାନ୍ୟ ଦଳ 4ଟି ଆସନରେ ଆଗେଇଛନ୍ତି ।
11:27 November 10
ହସନପୁର ଆସନରେ ତେଜପ୍ରତାପ ପଛୁଆ
ହସନପୁର ଆସନରେ ତେଜପ୍ରତାପ ପଛୁଆ । 1500 ଭୋଟରେ ପଛରେ ପଡିଲେ ତେଜପ୍ରତାପ ।
11:26 November 10
ରାଧେପୁର ବିଧାନସଭା ଆସନରେ ତେଜସ୍ବୀ ଆଗରେ । ଦୀଘାରୁ ସଞ୍ଜୀବ ଚୌରେସିଆ 482 ଭୋଟରେ ଆଗରେ ରହିଛନ୍ତି । ପାଟନା ସାହିବ ଆସନରୁ ନନ୍ଦକିଶୋର ଯାଦବ 1778 ଆସନରେ ପଛରେ ରହିଛନ୍ତି ।
10:40 November 10
ବିହାରରେ ଏନଡିଏ ଆଗୁଆ
ବିହାରରେ ଏନଡିଏ ଆଗୁଆ । ଏନଡିଏ 124ଟି ଆସନରେ ଆଗୁଆ ଥିବାବେଳେ ମହାମେଣ୍ଟ 109ଟି ଆସନରେ ଆଗୁଆ ରହିଛି ।
10:23 November 10
ତେଜପ୍ରତାପ ଆଗୁଆ
ହସନପୁର ଆସନରେ ତେଜପ୍ରତାପ ଆଗୁଆ । ମୁଜାଫରପୁର ନଗର ବିଧାନସଭା ଆସନରେ ଏନଡିଏକୁ ଝଟକା । ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଶର୍ମା 1300 ଭୋଟ ପଛରେ ରହିଛନ୍ତି ।
09:53 November 10
ବିଜେପି ଆଗରେ
ବିହାରରେ ଭୋଟ ଗଣତି ଜାରି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ବିଜେପି ଆଗରେ ରହିଛି । 243 ଆସନରୁ ଏନଡିଏ 114ରେ ଆଗରେ ଥିବାବେଳେ ମହାମେଣ୍ଟ 95, ଏଲଜେପି 8 ଓ ଅନ୍ୟାନ୍ୟ 4ଟି ଆସନରେ ଆଗେଇଛି ।
09:34 November 10
ଆଗରେ ମହାମେଣ୍ଟ
ବିହାରରେ ଭୋଟ ଗଣତି ଜାରି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ମହାମେଣ୍ଟ ଆଗରେ ରହିଛି । 243 ଆସନରୁ ଏନଡିଏ 92ରେ ଆଗରେ ଥିବାବେଳେ ମହାମେଣ୍ଟ 98, ଏଲଜେପି 6 ଓ ଅନ୍ୟାନ୍ୟ 5ଟି ଆସନରେ ଆଗେଇଛି ।
09:33 November 10
ବାଲ୍ମିକୀନଗର ଲୋକସଭା ଉପନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ସୁନୀଲ କୁମାର 1400 ଭୋଟରେ ଆଗରେ ଅଛନ୍ତି ।
09:13 November 10
76 ଆସନରେ ମହାମେଣ୍ଟ ଆଗରେ
ବିହାରରେ ଭୋଟ ଗଣତି ଜାରି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏନଡିଏ ଆଗରେ ରହିଛି । 243 ଆସନରୁ ଏନଡିଏ 85ରେ ଆଗରେ ଥିବାବେଳେ ମହାମେଣ୍ଟ 76 ଓ ଏଲଜେପି 3 ଆସନରେ ଆଗେଇଛି ।
08:35 November 10
ଆଗରେ ଏନଡିଏ
ଜାରି ରହିଛି ବିହାରରେ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏନଡିଏ ଆଗରେ ରହିଛି । 243 ଆସନରୁ ଏନଡିଏ 19ରେ ଆଗରେ ଥିବାବେଳେ ମହାମେଣ୍ଟ 15 ଓ ଏଲଜେପି ଗୋଟିଏ ଆସନରେ ଆଗେଇଛି ।
08:10 November 10
ଆରମ୍ଭ ହେଲା ଭୋଟ ଗଣତି
ବିହାରରେ ଆରମ୍ଭ ହେଲା ଭୋଟ ଗଣତି । 55 ଟି ଗଣନା କେନ୍ଦ୍ରରେ ଆରମ୍ଭ ହେଲା କାଉଣ୍ଟିଂ । ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଆରମ୍ଭ ।
07:01 November 10
ଆଉ କିଛି ସମୟ ପରେ ଗଣତି ଆରମ୍ଭ
ପାଟନା: ଆଜି ବିହାର ନିର୍ବାଚନର ଆସିବ ଫଳାଫଳ । ବଢୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ । ଛାତି ଧଡଧଡ । କିଏ ମାରିବ ବାଜି ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣନା । 55 ଗଣନା କେନ୍ଦ୍ରରେ ଚାଲିବ ଗଣତି । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।