ଭୋପାଳ:ମଧ୍ୟ ପ୍ରଦେଶର ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା ମିଳିଛି । ଆଜି (ସୋମବାର) ବାଲାଘାଟ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ନକ୍ସଲ ପ୍ରାଣ ହରାଇଛନ୍ତି । ନିହତ ନକ୍ସଲମାନେ ଅନେକ ମାଓ ହିଂସାରେ ସାମିଲ ଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଆଜି ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରେ 3 ନକ୍ସଲଙ୍କୁ ସୁରକ୍ଷା ବାହିନୀ ନିପାତ କରିବାରେ ସଫଳ ହୋଇଥିବା ରାଜ୍ୟ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା ସ୍ପଷ୍ଟ କରିଛନ୍ତି ।
ମଧ୍ୟ ପ୍ରଦେଶରେ ଏନକାଉଣ୍ଟର: ଟଳିଲେ 3 ହାର୍ଡକୋର ନକ୍ସଲ
ମଧ୍ୟ ପ୍ରଦେଶରେ ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ସଫଳତା । ବାଲାଘାଟ ଜଙ୍ଗଲରେ କମ୍ବିଂ ବେଳେ ଏନକାଉଣ୍ଟର । 3 ହାର୍ଡକୋର ନକ୍ସଲ ମୃତ । ଅଧିକ ପଢନ୍ତୁ
ମଧ୍ୟ ପ୍ରଦେଶରେ ଏନକାଉଣ୍ଟର: 3 ହାର୍ଡକୋର ନକ୍ସଲ ମୃତ
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିହତ 3 ନକ୍ସଲଙ୍କ ବୟସ 35 ରୁ 40 ବର୍ଷ ମଧ୍ୟରେ ରହିଛି । ସମସ୍ତେ ପୋଲିସ ତାଲିକାରେ ହାର୍ଡକୋର ଶ୍ରେଣୀରେ ଥିଲେ । ମୃତ ନକ୍ସଲଙ୍କ ନିକଟରୁ ଅତ୍ୟାଧୁନିକ ରାଇଫଲ ମଧ୍ୟ ଜବତ କରାଯାଇଛି । ମୃତ ନକ୍ସଲଙ୍କ ମୃତଦେହ ଅଣାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ । ସ୍ଥାନୀୟ ପୋଲିସ ଅଧୀକ୍ଷକ ସମୀର ସୌରଭ ଓ IG ସଞ୍ଜୟ ସିଂ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ