ଓଡିଶା

odisha

ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ତି ! 11% କମିଲା ପରିବା ଦର

By

Published : Sep 13, 2021, 9:16 PM IST

NSO ତଥ୍ୟ ଅନୁଯାୟୀ, ଖୁଚୁରା ମୁଦ୍ରାସ୍ପୀତି(Retail Inflation)ରେ ଆହୁରି ହ୍ରାସ ପରିଲକ୍ଷିତ ହୋଇଛି । ଅଗଷ୍ଟ ୨୦୨୧ରେ ଖୁଚୁରା ମୁଦ୍ରାସ୍ପୀତି 5.30 ପ୍ରତିଶତ ରହିଛି । ପନିପରିବା ମୂଲ୍ୟରେ 11.7 ପ୍ରତିଶତ ହ୍ରାସ ଘଟିଛି । ଅଧିକ ପଢନ୍ତୁ...

ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ତି ! ୧୧% ହ୍ରାସ ପାଇଲା ପରିବା ଦର
ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ତି ! ୧୧% ହ୍ରାସ ପାଇଲା ପରିବା ଦର

ନୂଆଦିଲ୍ଲୀ: ଦେଶରେ ମହାମାରୀ ସଙ୍କଟ ଓ ଦରଦାମ ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ତି । NSO ତଥ୍ୟ ଅନୁଯାୟୀ, ଖୁଚୁରା ମୁଦ୍ରାସ୍ପୀତି(Retail Inflation)ରେ ଆହୁରି ହ୍ରାସ ପରିଲକ୍ଷିତ ହୋଇଛି । ଅଗଷ୍ଟ ୨୦୨୧ରେ ଖୁଚୁରା ମୁଦ୍ରାସ୍ପୀତି 5.30 ପ୍ରତିଶତ ରହିଛି । ଜୁଲାଇରେ ୩ ମାସର ନିମ୍ନ ସ୍ତରରେ ଏହା ପହଁଞ୍ଚି 5.59 ପ୍ରତିଶତ ହୋଇଯାଇଥିଲା ।

ଅନ୍ୟପକ୍ଷେ ଅଗଷ୍ଟ ୨୦୨୦ରେ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ କାରଣରୁ ଦେଶରେ ଖୁଚୁରା ମୁଦ୍ରାସ୍ପୀତି 6.69ରେ ପହଁଞ୍ଚିଯାଇଥିଲା । ଅଗଷ୍ଟରେ ଖାଦ୍ୟ ଓ ବସ୍ତୁ ଦରରେ ହ୍ରାସ କାରଣରୁ ଖୁଚୁରା ମୁଦ୍ରାସ୍ପୀତି କ୍ରମାଗତ ଦୁଇ ମାସ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଲକ୍ଷ ଭିତରେ ରହିଛି ।

ଖୁଚୁରା ମୁଦ୍ରାସ୍ଫୀତିକୁ ୨ ପ୍ରତିଶତ ମାର୍ଜିନରେ ରଖିବାକୁ ଆରବିଆଇ ଲକ୍ଷ୍ୟ ରଖିଛି। NSO ତଥ୍ୟ ଅନୁଯାୟୀ, ଅଗଷ୍ଟ 2021 ମଧ୍ୟରେ ପନିପରିବା ମୂଲ୍ୟରେ 11.7 ପ୍ରତିଶତ ହ୍ରାସ ଘଟିଛି। ଏହି କାରଣରୁ, ଖାଦ୍ୟ ସାମଗ୍ରୀର ମୂଲ୍ୟ ଜୁଲାଇରେ 3.96 ପ୍ରତିଶତରୁ 3.11 ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ନେଇ ଚିନ୍ତା ଜାରି ରହିଛି ।

ଚଳିତ ବର୍ଷ ଖାଇବା ତେଲର ମୂଲ୍ୟ 33 ପ୍ରତିଶତ ବୃଦ୍ଧି ପାଇଛି | ଏଥି ସହିତ ଇନ୍ଧନ ଏବଂ ବିଦ୍ୟୁତର ମୁଦ୍ରାସ୍ଫୀତି ହାର 12.95 ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ, ସେବା କ୍ଷେତ୍ରର ମୁଦ୍ରାସ୍ଫୀତି ହାର ମଧ୍ୟ ଅଗଷ୍ଟ 2021ରେ 6.4 ପ୍ରତିଶତ ଉଚ୍ଚ ସ୍ତରରେ ରହିଥିଲା ।

ABOUT THE AUTHOR

...view details